Aditya L1: ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଲା ଆଦିତ୍ୟ-L1, ଟିମକୁ ଶୁଭେଚ୍ଛା ଜଣାଇଲେ ଇସ୍ରୋ ମୁଖ୍ୟ - ଆଦିତ୍ୟ L1
🎬 Watch Now: Feature Video
Published : Sep 2, 2023, 1:47 PM IST
ହାଇଦ୍ରାବାଦ: ସୌର ଅଭିଯାନରେ ଇତିହାସ ରଚିଲା ଭାରତ । ଉତକ୍ଷେପଣ ହେଲା ଆଦିତ୍ୟ ଏଲ-1 । ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆରମ୍ଭ ହେଲା ସୂର୍ଯ୍ୟ ମିଶନ । ଆଜି ପୂର୍ବାହ୍ନ 11.50ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହକୁ ଉତକ୍ଷେପଣ କରାଯାଇଛି । ପିଏସଏଲଭି ସି57 ରକେଟ ଜରିଆରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ସେଣ୍ଟରରୁ ଉତକ୍ଷେପଣ ହୋଇଛି ଆଦିତ୍ୟ L1 ତେବେ ସଫଳ ଉତକ୍ଷେପଣ ପରେ ଇସ୍ରୋକୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ଭାରତ ମାତା କି ଜୟ ଧ୍ବନିରେ କମ୍ପିଲା ସ୍ସେସ ସେଣ୍ଟର ପରିସର । ତେବେ ଇସ୍ରୋର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ 1ର ସଫଳ ଉତକ୍ଷେପଣ ପରେ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି, "ସମସ୍ତଙ୍କୁ ଶୁଭେଚ୍ଛା । ଆଦିତ୍ୟ L1 ମହାକାଶଯାନକୁ ଏକ ଆଲେପଟିକାଲ କକ୍ଷପଥରେ ସ୍ଥାପିତ କରାଯାଇଛି । PSLV ଏହାର କାର୍ଯ୍ୟକୁ ଅତି ସଠିକ୍ ଭାବରେ ତୁଲାଇଛି । ଏହି ସଫଳତା ପାଇଁ ମୁଁ PSLVକୁ ଅଭିନନ୍ଦନ ଦେଉଛି । ଏଥରେ କାର୍ଯ୍ୟ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି।"
ଏହା ମଧ୍ୟ ପଢନ୍ତୁ: Aditya L1 Mission: ଆଦିତ୍ୟ L1ର ସଫଳ ଉତକ୍ଷେପଣ, ଖୋଲିବ ସୂର୍ଯ୍ୟ ରହସ୍ୟ