କଟକରେ ହେବ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ସମ୍ମିଳନୀ , ଯୋଗ ଦେବେ ହଜାର ସାଧୁ ସନ୍ଥ - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
🎬 Watch Now: Feature Video
କଟକ: କଟକରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହାସମ୍ମିଳନୀ । ଆସନ୍ତା ବର୍ଷ ମାର୍ଚ୍ଚ ମାସରେ କଟକ ବାଲିଯାତ୍ରା ପଡିଆରେ 9 ଦିନ ବ୍ୟାପି ଏହି ବିଶ୍ବ ସ୍ତରୀୟ ସମ୍ମିଳନୀ ଆୟୋଜିତ ହେବ । ସମ୍ମିଳନୀରେ ମୁଖ୍ୟ ଆକର୍ଷଣ ରହିବ ପ୍ରଭୁ ଜଗନ୍ନାଥଙ୍କ 32 ବେଶ ଓ କଳକି ଅବତାର । ଏହାମଧ୍ୟରେ ମହାଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ । ରାଜ୍ୟ ଓ ରାଜ୍ୟ ବାହାରୁ ମଠ ମନ୍ଦିରରେ ଥିବା ହଜାରହଜାର ସାଧୁ ସନ୍ଥ ଏକତ୍ରିତ ହୋଇ ଧର୍ମସଭାରେ ଯୋଗ ଦେବେ । ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଗଜପତି ଓ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯିବ ବୋଲି କହିଛନ୍ତି ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ଚେତନା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି । ଇଟିଭି ଭାରତ, କଟକ
Last Updated : Feb 3, 2023, 8:37 PM IST