କଟକରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ, ବୁଲିଲେ ନୌବାଣିଜ୍ୟ ସଂଗ୍ରହାଳୟ

🎬 Watch Now: Feature Video

thumbnail

କଟକ: କଟକ ଗସ୍ତରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ । ଯୋବ୍ରା ଠାରେ ଥିବା ମ୍ୟାରିଟାଇମ୍ ମ୍ୟୁଜିଅମ୍ ବା ନୌବାଣିଜ୍ୟ ସଂଗ୍ରହାଳୟ ବୁଲିଲେ ଇଣ୍ଡୋନେସିଆ ର ରାଷ୍ଟ୍ରଦୂତ ଇନା ଏଚ କ୍ରିଷ୍ଣାମୂର୍ତ୍ତି । ପ୍ରାଚୀନ ନୌବାଣିଜ୍ୟ ସମ୍ପର୍କରେ ଅବଗତ ହେବା ସହ ଆଗକୁ କିପରି ଇଣ୍ଡୋନେସିଆ ଓ ଓଡ଼ିଶା ମଧ୍ୟରେ ସମ୍ପର୍କ ମଜଭୁତ ହେବ ସେନେଇ ଗୁରୁତ୍ୱ ଆରୋପ କରିଥିଲେ ସେ। କହିବାକୁ ଗଲେ ଓଡ଼ିଶା ସହ ଇଣ୍ଡୋନେସିଆର ସମ୍ପର୍କ ବେଶ୍ ପୁରୁଣା। ଖାଲି ସେତିକି ନୁହେଁ ଦୁଇ ଦେଶ ମଧ୍ୟରେ ସଂସ୍କୃତି ର ବେଶ୍ ସାମଞ୍ଜସ୍ୟ ରହିଛି। ଆଗକୁ ମଧ୍ୟ ଆହୁରି ସମ୍ପର୍କ ସୁଦୃଢ ହେବ ବୋଲି ଆଜି କହିଛନ୍ତି ରାଷ୍ଟ୍ରଦୂତ ।  

ନୌବାଣିଜ୍ୟ ସଂଗ୍ରହାଳୟ ଭିତରେ ଥିବା ଇଣ୍ଡୋନେସିଆ ଗ୍ୟାଲେରୀ ଦେଖି ବେଶ୍ ଖୁସି ପ୍ରକଟ କରିଥିଲେ ରାଷ୍ଟ୍ରଦୂତ। ଏହାରି ଭିତରେ ସେ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଯେହେତୁ ଓଡିଶାର ଇଣ୍ଡୋନେସିଆ ସମେତ ସମ୍ପୂର୍ଣ୍ଣ ଦକ୍ଷିଣ ପୂର୍ବ ଏସିଆର ଦେଶ ଗୁଡିକ ସହିତ ପୁରୁଣା କାଳରୁ ନୌଵାଣିଜ୍ୟ ସମ୍ପର୍କ ରହିଥିଲା, ତେଣୁ ଏହି ସମ୍ପର୍କର ଅନେକ ସ୍ମୃତି କଟକ ମାରିଟାଇମ୍ ମ୍ୟୁଜିୟମରେ ସଂରକ୍ଷିତ ହୋଇ ରହିଛି। ରାଷ୍ଟ୍ରଦୂତ ଓ ଅନ୍ୟାନ୍ୟ ଅଧିକାରୀ ଏହି ସ୍ମୃତି ସଵୁ ଵୁଲି ଦେଖିବା ସହ ଓଡିଶା ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ନୌଵାଣିଜ୍ୟ ସମ୍ପର୍କରେ ପଚାରି ଵୁଝିଛନ୍ତି। ଏହି ଆଧାରରେ ଏଵେ ଓଡିଶା ଓ ଇଣ୍ଡୋନେସିଆ ମଧ୍ୟରେ କିଭଳି ଵାଣିଜ୍ୟିକ ସମ୍ପର୍କକୁ ପୁନର୍ଜୀବିତ କରାଯାଇ ପାରିବ, ସେ ନେଇ ଆଲୋଚନା କରିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ।

କଳିଙ୍ଗ ଇଣ୍ଟରନ୍ୟାସନାଲ ୟୁଥ୍ ଫାଉଣ୍ଡେସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଭୁଵନେଶ୍ବରରେ ଗତକାଲି ପହଞ୍ଚିଥିଲେ । ଏହାପରେ ବିଜୁ ବାବୁଙ୍କ ଡାକଟା ବିମାନ ବୁଲି ଦେଖିଥିଲେ । ତେବେ ଭୁବନେଶ୍ୱର କାର୍ଯ୍ୟକ୍ରମ ସାରି ଆଜି କଟକର ନୌବାଣିଜ୍ୟ କେନ୍ଦ୍ର ରେ ପହଞ୍ଚିଥିଲେ ସେ। । ପୂର୍ବରୁ ଇତିହାସ ବର୍ଣ୍ଣିତ ଓଡିଶା ଓ ଇଣ୍ଡୋନେସିଆ ସମ୍ପର୍କ ରେ ବାଣିଜ୍ୟ ଓ ପରିବହନ ଦିଗକୁ ଆହୁରି କିପରି ଉଚ୍ଚ କରାଯାଇ ପାରିବ ସେହି ଦିଗରେ ମଧ୍ୟ ଆଲୋଚନା ହୋଇଥିବା ସ୍ପଷ୍ଟ କରିଛନ୍ତି ମ୍ୟୁଜିୟମ ଅଧିକାରୀ। ତେବେ କେଉଁ କାଳ ରୁ ସାଧବ ପୁଅ ମାନେ ବାଣିଜ୍ୟ କରିବା ପାଇଁ ଅନ୍ୟ ଦେଶ ମାନଙ୍କୁ ଯାଉଥିଲେ। ତେଣୁ ଶହଶହ ବର୍ଷ ର ଏହି ବାଣିଜ୍ୟ କାରବାର ଓ ଓଡିଶା ଇଣ୍ଡୋନେସିଆ ର ସମ୍ପର୍କ ସର୍ଵଦା ଆଉ ଏକ ପାଦ ଆଗେଇବ ବୋଲି କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ। 

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.