thumbnail

By ETV Bharat Odisha Team

Published : Dec 31, 2023, 7:04 AM IST

ETV Bharat / Videos

ଅଯୋଧ୍ୟା ଉଡିଲା ପ୍ରଥମ ବିମାନ, ଯାତ୍ରୀଙ୍କୁ ରାମଚରିତ ମାନସ ଶୁଣାଇଲେ ପାଇଲଟ୍

ଅଯୋଧ୍ୟା: ରାମ ନଗରୀ ଅଯୋଧ୍ୟା ପାଇଁ ଗତକାଲି(ଶନିବାର) ଥିଲା ଏକ ଐତିହାସିକ ଦିନ  । ଦ୍ବିପ୍ରହର ପ୍ରାୟ ୧୨ଟା ବେଳେ ଦିଲ୍ଲୀରୁ ଇଣ୍ଡିଗୋର ଫ୍ଲାଇଟ 6E2128 ପ୍ରଥମ ଥର ଯାତ୍ରୀମାନଙ୍କୁ ନେଇ ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଓହ୍ଲାଇଥିଲା । ବିମାନ ଚଳାଚଳରେ ଦେଶର ଅଗ୍ରଣୀ ସଂସ୍ଥା ଇଣ୍ଡିଗୋ ପାଇଁ ମଧ୍ୟ ଏହା ସ୍ମରଣୀୟ ଥିଲା କାରଣ ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପ୍ରଥମ ଯାତ୍ରୀବାହୀ ବିମାନ ଭାବେ ଇଣ୍ଡିଗୋ ଅଯୋଧ୍ୟାରେ ପଦାର୍ପଣ କରିଥିଲା  । ଏହି ବିମାନରେ ପ୍ରାୟ ୪୫ ଜଣ ଯାତ୍ରୀ ବିମାନର ଷ୍ଟାଫଙ୍କ ସହ ଏୟାରପୋର୍ଟରେ ଓହ୍ଲାଇଥିଲେ । ସୂଚନାଯୋଗ୍ୟ ଯେ, ଗତକାଲି ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନୂତନ ବିମାନ ବନ୍ଦରର ଶୁଭ ଉଦଘାଟନ କରି ରାଷ୍ଟ୍ରକୁ ସମର୍ପିତ କରିଥିଲେ  । 

ଏହା ମଧ୍ୟ ପଢନ୍ତୁ... ରାମ ମନ୍ଦିରର ପ୍ରଥମ ଇଟା କିଏ ସ୍ଥାପନା କରିଥିଲେ ? ଆସନ୍ତୁ ଜାଣିବା

ଏହି ବିମାନରେ କ୍ୟାପଟେନ ନିଖିଲ ବକ୍ସି ନିଜର ସାଥୀ ପାଇଲଟ ଏବଂ କ୍ୟାବିନ କ୍ରୁଙ୍କ ସହ ଅଯୋଧ୍ୟା ପହଞ୍ଚିଥିଲେ । ବିମାନ ଯାତ୍ରା ସମୟରେ ଯାତ୍ରୀମାନେ ଜୟ ଶ୍ରୀରାମଙ୍କ ଉଦଘୋଷ ସହିତ ହନୁମାନ ଚାଳିସା ପଢୁଥିବାର ଦେଖାଯାଇଥିଲା  ।  ଏହି ଖାସ୍ ମୌକାରେ ବିମାନର କ୍ୟାପଟେନ ଶ୍ରୀରାମଚରିତ ମାନସର ଚୌପାଇଗୁଡିକୁ ଯାତ୍ରୀମାନଙ୍କୁ ପଢାଇ ଶୁଣାଇଥିଲେ  ।  କ୍ୟାପଟେନ ବକ୍ସି ଅଯୋଧ୍ୟାର ନାମ ମାହାତ୍ମ୍ୟକୁ ବୁଝାଇ କହିଥିଲେ ଯେ ଏହା ଏପରି ଏକ ନଗରୀ ଯାହାକୁ ଯୁଦ୍ଧରେ ଜିତିପାରିବା ଅସମ୍ଭବ  । ଏହା ସହ ମହର୍ଷି ବାଲ୍ମିକୀଙ୍କ ଭୂମିକାକୁ ମଧ୍ୟ ଚମତ୍କାର ଢଙ୍ଗରେ ସେ ବୁଝାଇଥିଲେ  । କ୍ରୁ ମେମ୍ବରମାନେ ଜୟ ଶ୍ରୀରାମର ଜୟ ଧ୍ବନି ଦେଇଥିଲେ  । ଅଯୋଧ୍ୟା ପହଞ୍ଚିବା ଅବସରରେ ଉଭୟ ଯାତ୍ରୀ ଏବଂ ବିମାନ କର୍ମଚାରୀମାନେ ଅତ୍ୟନ୍ତ ଉତ୍ସାହିତ ଥିଲେ  ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.