thumbnail

IT RAID: ଫାଲ୍‌କନ୍‌ ମେରାଇନ୍‌ ଏକ୍ସପୋର୍ଟ ଫ୍ୟାକ୍ଟ୍ରିରେ ଆୟକର ବିଭାଗର ଚଢ଼ାଉ

By

Published : Jun 1, 2023, 9:30 PM IST

ବାଲେଶ୍ବର: ଜିଲ୍ଲାର ଖନ୍ତାପଡ଼ା ସ୍ଥିତ ଫାଲକନ ମେରାଇନ ଏକ୍ସପୋର୍ଟ ଫ୍ୟାକ୍ଟ୍ରିରେ ଆୟକର ବିଭାଗ ଚଢ଼ାଉ କରିଛି । ଆୟକର ବିଭାଗର ୨ଟି ଟିମ ଫ୍ୟାକ୍ଟ୍ରି ଭିତରେ ଚଢ଼ାଉ କରିବା ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିଥିବା ଜଣାପଡ଼ିଛି । ଆୟକର ବିଭାଗ ଚଢ଼ାଉ ବେଳେ ଫ୍ୟାକ୍ଟ୍ରି ଭିତରକୁ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା ।  ଏହାରି ଭିତରେ ଫାଲକନ ମେରାଇନ ଏକ୍ସପୋର୍ଟ ଫ୍ୟାକ୍ଟ୍ରିରେ ଆୟକର ଫାଙ୍କିଥିବା ଅଭିଯୋଗକୁ ନେଇ ଏମିତି ଚଢ଼ାଉ କରାଯାଇଥିବା ଜଣାପଡିଛି । ଅନ୍ୟପଟେ ଏହି ଚଢ଼ାଉର ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇ ପାରି ନଥିବା ବେଳେ ଫ୍ୟାକ୍ଟ୍ରିର ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଆୟକର ବିଭାଗ ଜବତ କରିଥିବା ଜଣାପଡ଼ିଛି । ଏହା ପୂର୍ବରୁ ଏହି ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌ ହୋଇ ଅନେକ କର୍ମଚାରୀ ଶ୍ବାସରୁଦ୍ଧ ହେବା କାରଣରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏବେ ପୁଣି ଏମିତି ଏକ ଅଭିଯୋଗ ଆସିବା ନିହାତି ଭାବେ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷଙ୍କ ଜାଲିଆତି ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।  

ଏହା ବି ପଢନ୍ତୁ- ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ରେଡ୍

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.