ବୌଦ୍ଧରେ ବଡ଼ଧରଣର ଆଇଟି ରେଡ୍,ବ୍ୟବସାୟୀ ପ୍ରତିଷ୍ଠାନ ଭିତରେ କୋକୁଆ ଭୟ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 7, 2023, 3:37 PM IST

ବୌଦ୍ଧ: ଜିଲ୍ଲାରେ ସର୍ବକାଳୀନ ରେକର୍ଡ଼ ସମ୍ଭାବନାରେ ଆୟକର ଚଢାଉ ଜାରି ରହିଛି ।  ଜିଲ୍ଲାର ଦୁଇଟି ସ୍ଥାନରେ ଗତକାଲି ସକାଳୁ ସକାଳୁ ଆରମ୍ଭ ହୋଇଥିବା ଆଇଟି ରେଡ୍ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଜିଲ୍ଲାର ରାମ୍ଭିକଟା ଠାରେ ଥିବା ଡିଷ୍ଟିଲାରୀ ଓ ପୁରୁଣା କଟକ ସ୍ଥିତ ରାଣୀସତୀ ସଂସ୍ଥା ଉପରେ ଆୟକର ବିଭାଗ ଚଢାଉ ଜାରି ରଖିଥିବାବେଳେ ଡିଷ୍ଟିଲାରୀ ସହ ଜଡିତ ବିଭିନ୍ନ ସଂସ୍ଥା ତଥା ବ୍ୟବସାୟୀ ପ୍ରତିଷ୍ଠାନର କିଭଳି ସମ୍ପର୍କ ସେନେଇ ମଧ୍ୟ ଖୋଳତାଡ଼ର ସମ୍ଭାବନା ରହିଥିବା ସୂତ୍ରରୁ ସୂଚନା ମିଳିଛି ।

ଏହାର ଚେର କେଉଁଆଡେ ଲମ୍ବିଛି ତାର ମଧ୍ୟ ତଦନ୍ତ ଚାଲିଛି । ରାଜ୍ୟ ସମେତ ରାଜ୍ୟ ବହାରେ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି ଆୟକର ବିଭାଗ । ବୌଦ୍ଧ  ବୌଦ୍ଧ ଡିଷ୍ଟିଲାରୀରେ ୧୨ ଜଣିଆ ଟିମ୍ ଚଢାଉ ଜାରି ରଖିଛନ୍ତି । ତେବେ ଗତକାଲି ଠାରୁ ବୌଦ୍ଧ ସହିତ ଓଡ଼ିଶାର ବିଭିନ୍ନ ବ୍ୟବସାୟୀ, ମଦ ମାଫିଆ ତଥା ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଆୟକର ବିଭାଗ ଚଢାଉ ଜାରି ରଖିଛି । 

ଏହା ମଧ୍ୟ ପଢନ୍ତୁ....ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍; 300 କୋଟିରୁ ଅଧିକ ଠାବ ! ଚଢାଉଜାରି

ଓଡ଼ିଶାର ସୁନ୍ଦରଗଡ଼, ଟିଟିଲାଗଡ଼, ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ଭୁବନେଶ୍ୱର ଭଳି ୬ ଗୋଟି ସ୍ଥାନରେ ଏକକାଳୀନ ଭାବରେ ଆଇଟି ରେଡ୍ ଜାରି ରହିଛି । ମଦ ବ୍ୟବସାୟୀଙ୍କ ଠାରୁ ଶହ ଶହ କୋଟି ଟଙ୍କାର ଜବତ କରିଛି ବିଭାଗ । ବୌଦ୍ଧ ଡିଷ୍ଟିଲାରୀର ରାମ୍ଭିକଟା ପ୍ରଡକ୍ସନ ୟୁନିଟରେ ଆଇଟି ରେଡ୍ ଜାରି ରହିଥିବା ବେଳେ ଏହାର ଅନେକ ଜରୁରୀ ଦସ୍ତାବିଜ, ହାର୍ଡଡିସ୍କ ଜବତ କରାଯାଇଥିବା ସୂଚନା ମିଳିଛି । ତେବେ ରେଡ୍ ଜାରି ରହିଥିବାରୁ ସବିଶେଷ ତଥ୍ୟ ଉପଲବ୍ଧ ହୋଇପାରି ନାହିଁ । ତେବେ ଜିଲ୍ଲାରେ ଏଭଳି ବଡ଼ ଧରଣର ଆଇଟି ରେଡ୍ ପୂର୍ବରୁ ହୋଇନଥିବା ସୂଚନା ମିଳିଛି । ସେପଟେ ବିଡିପିଏଲ ସଂସ୍ଥା ସହ ଜଡିତ ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.