ଡିଏନ ଲିଙ୍କ୍‌ ! କଟକରେ ଚଢ଼ାଉ କଲା ଆୟକର ଟିମ୍‌

By

Published : Jul 6, 2023, 10:39 PM IST

thumbnail

କଟକ: କଟକ ତ୍ରିଶୁଳିଆ ଠାରେ ଥିବା ଘରୋଇ ଗୃହ ନିର୍ମାଣକାରୀ ସଂସ୍ଥା ଟ୍ୱିନ୍‌ ସିଟି ଇନ୍ଫ୍ରାକନ୍‌ର କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଆୟକର ବିଭାଗର ୧୫ଜଣିଆ ଟିମ୍ ସେଠାରେ ପହଞ୍ଚି ବିଭିନ୍ନ ନଥିପତ୍ରକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି । ଏହି ଚଢ଼ାଉରେ ଆୟକର ବିଭାଗର ଟିମ୍ ଅନେକ ତଥ୍ୟ ପାଇଛି ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି । ତେବେ ଗତକାଲି ମଧ୍ଯ ଚଢାଉ ହୋଇଥିଲା । ଆୟକର ବିଭାଗର ଟିମ୍ ସେଠାରେ ଅଚାନକ ଚଢ଼ାଉ କରି ସଂସ୍ଥାର ସମସ୍ତ କାଗଜପତ୍ରକୁ ଯାଞ୍ଚ କରିଥିଲା । ଡି.ଏନ୍ ଗ୍ରୁପରେ ଆୟକର ଚଢ଼ାଉ ଲିଙ୍କରେ ଟ୍ୱିନ ସିଟି ଇନ୍ଫ୍ରାକନ୍‌ର କାର୍ଯ୍ୟାଳୟ ଉପରେ ଏହି ଚଢ଼ାଉ କରାଯାଇଥିବାର ଅନୁମାନ କରାଯାଉଛି । ଏହି ଚଢ଼ାଉ ପଛରେ ଥିବା କାରଣ ବାବଦରେ କୌଣସି ପ୍ରକାରର ସୂଚନା ଆୟକର ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇ ନାହିଁ । ଗତକାଲି ଡିଏନ ଲିଙ୍କରେ 30 କୋଟି ନଗଦ ଟଙ୍କା ମିଳିଥିଲା । 

ଅଧିକ ପଢ଼ନ୍ତୁ: DN ଗ୍ରୁପ ମ୍ୟାନେଜରଙ୍କ କ୍ବାର୍ଟରରେ ରାତି ତମାମ IT ଚଢାଉ, 3 ଟ୍ରଙ୍କ ଭର୍ତ୍ତି ଟଙ୍କା ଜବତ

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.