ପାକିସ୍ତାନରେ ପୋଲିସ-ଇମ୍ରାନ ସମର୍ଥକ ମୁହାଁମୁହିଁ, ବଳ ପ୍ରୟୋଗ କଲା ପୋଲିସ
🎬 Watch Now: Feature Video
ଇସଲାମାବାଦ: ତୋଷାଖାନା ଦୁର୍ନୀତି ମାମଲାରେ ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୋଲିସ ଗିରଫ କରିଛି । ଆଜି ଇସଲାମବାଦ କୋର୍ଟରେ ଏହି ଦୁର୍ନୀତି ମାମଲାର ଶୁଣାଣି ହେବାକୁ ଥିବାବେଳେ ଏଥିରେ ହାଜର ହେବା ପାଇଁ ପିଟିଆଇ ମୁଖ୍ୟ ଇମ୍ରାନ ଲାହୋରରୁ ଇସଲାମବାଦ ଅଭିମୁଖେ ବାହାରିଛନ୍ତି । ରାସ୍ତାରେ ତାଙ୍କ କାରକେଡରେ ଥିବା ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇନାହିଁ । ହେଲେ ଇସଲାମାବାଦରେ ଇମ୍ରାନ ଖାନଙ୍କ ସମର୍ଥକ ତଥା ଦଳୀୟ କର୍ମୀ ଓ ପୋଲିସ ବଳ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ସମର୍ଥକମାନେ ପୋଲିସ କାମରେ ବାଧା ସୃଷ୍ଟି କରିଥିଲେ । ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହେବାରୁ ପୋଲିସ ସେମାନଙ୍କୁ ବଳ ପ୍ରୟୋଗ କରି ଘଉଡାଇଥିଲା । ଲୁହବୁହା ଗ୍ୟାସ ଓ ଫାଙ୍କା ଗୁଳି ଚାଳନା କରିଥିଲା ପୋଲିସ । ପିଟିଆଇ ସମର୍ଥକମାନେ ଛତ୍ରଭଙ୍ଗ ଦେଇଥିଲେ । ଅନ୍ୟପଟେ ତାଙ୍କୁ ଫସାଇବାକୁ ଉଦ୍ୟମ କରାଯାଉଥିବା ଇମ୍ରାନ କହିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ