Bahuda Yatra 2023: ସିଂହଦ୍ବାରରେ ପହଞ୍ଚିଲା ସୁଭଦ୍ରାଙ୍କ ରଥ, ପଛରେ ଆସୁଛି ନନ୍ଦିଘୋଷ

By

Published : Jun 28, 2023, 5:42 PM IST

Updated : Jun 28, 2023, 6:45 PM IST

thumbnail

ପୁରୀ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ କମ୍ପୁଛି ବଡ଼ଦାଣ୍ଡ । ଘଣ୍ଟଘଣ୍ଟା, ଶଙ୍ଖ ଓ ହୁଳହୁଳି ନାଦରେ ଉଛୁଳୁଛି ଶ୍ରୀକ୍ଷେତ୍ର । ସିଂହ ଦ୍ବାରରେ ଲାଗିଛି ଦେବୀ ଶୁଭଦ୍ରଙ୍କ ଦେବଦେଳନ ରଥ । ପ୍ରଥମେ ପ୍ରଭୁ ଶ୍ରୀ ବଲଭଦ୍ରଙ୍କ ତାଳଧ୍ବଜ ରଥ ଲାଗିବା ପରେ ହଳଦୀ ମୁହିଁଙ୍କ ରଥ ଲାଗିଛି । ପଥରେ ବଡ଼ଦାଣ୍ଡରେ ଗହଳି ଲଗାଇ ଭକ୍ତଙ୍କ ମେଳିରେ ଆସୁଛି କାଳିଆସୁନାର ନନ୍ଦିଘୋଷ । 

ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ରଥକୁ ଟାଣି ଟାଣି ନେଉଛନ୍ତି । ତାଙ୍କ ରଥ ଦଉଡ଼ିକୁ ଛୁଇଁ ଭାବବିହ୍ବଳ ହୋଇପଡ଼ିଛନ୍ତି ଭକ୍ତ । ରଥରେ ବିଶ୍ବନିୟନ୍ତାଙ୍କ ଦିବ୍ୟ ଦର୍ଶନ କରି କୃତାର୍ଥ ମନେ କରୁଛନ୍ତି ଭକ୍ତ । ରଥ ଦାଣ୍ଡ ପାଲଟିଛି ଜନ ସମୁଦ୍ର । ଭକ୍ତଙ୍କ ସମାଗମରେ ଶ୍ରୀକ୍ଷେତ୍ର ପାଲଟିଛି ଭକ୍ତିମୟ । ଅପରପକ୍ଷେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ଚଳିତ ବର୍ଷ ସମସ୍ତ ନୀତିକାନ୍ତି ସଅଳ ଚାଲିଛି । ଏଥର ତିନି ଘଣ୍ଟା ଆଗରୁ ରଥ ଟଣା ଆରମ୍ଭ ହୋଇଛି ।   

Last Updated : Jun 28, 2023, 6:45 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.