Holi celebration in Cuttack: ଐତିହ୍ୟ ସହର କଟକରେ ଧୂମଧାମରେ ହୋଲି ପାଳନ - ଐତିହ୍ୟ ସହର କଟକରେ ଧୂମଧାମରେ ହୋଲି ପାଳନ

🎬 Watch Now: Feature Video

thumbnail

By

Published : Mar 8, 2023, 6:30 PM IST

କଟକ: ଐତିହ୍ୟ ସହର କଟକରେ ଧୁମ ଧାମରେ ପାଳନ ହୋଇଛି ହୋଲି । ସମସ୍ତେ ଏକଜୁଟ ହୋଇ ଏହି ପର୍ବ ପାଳନ କରିଛନ୍ତି। ଗୋଟିଏ ପଟେ ରଙ୍ଗ ଅନ୍ୟପଟେ ଆନନ୍ଦ । ଉଭୟକୁ ବେଶ ଆଡମ୍ବର ସହ ପାଳନ କରିଛନ୍ତି ସିଲଭରସିଟି ବାସିନ୍ଦା । ଏଥର ହୋଲି ପାଇଁ କଟକଣା ନ ଥିବାରୁ ପରିବାର, ସାଙ୍ଗସାଥୀ ତଥା ନିଜ ନିଜ ପ୍ରତିଷ୍ଠାନରେ ସମସ୍ତେ ଖେଳିଛନ୍ତି ହୋଲି। ନାଚଗୀତ, ମିଠା ଖିଆ ଭିତରେ ଜମିଛି ଆସର। କଟକ ମେୟର, କଟକ ଡିସିପି ହୋଲି ଖେଳି ଭାଇଚାରର ସନ୍ଦେଶ ଦେଇଛନ୍ତି । ଭାଇଚାରା ସହର କଟକରେ ବେଶ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ରଙ୍ଗ ତଥା ଖୁସିର ପର୍ବ ହୋଲି। ପ୍ରତିଟି ସାହି,ବସ୍ତି, ବଜାର ଓ ଛକରେ ସାଙ୍ଗ ସାଥୀ ଓ ପରିବାର ସହ ଲୋକମାନେ ଖେଳିଛନ୍ତି ରଙ୍ଗ ଓ ଅବିର । ପିଲାମାନେ ପାରମ୍ପାରିକ ପିଚକାରୀରେ ପରସ୍ପରକୁ ରଙ୍ଗ ମାରି ଖୁସି ହେଉଥିବା ବେଳେ ମହିଳା ଓ ଯୁବତୀମାନେ ଅବିରରେ ରଙ୍ଗେଇ ହୋଇଛନ୍ତି । ବିଭିନ୍ନ ସାହିରେ ମହିଳାମାନେ ହର୍ବାଲ କଲରରେ ହୋଲି ଖେଳିବା ସହିତ ନାଚଗୀତରେ ପୁରା ପରିବେଶକୁ ରଙ୍ଗିନ କରିଛନ୍ତି । ସୁସ୍ବାଦୁ ଖାଦ୍ୟ ସାଙ୍ଗକୁ ଅନ୍ତର୍ଜାତୀୟ ମହିଳା ଦିବସରେ ହୋଲି ଖେଳ ସେମାନଙ୍କୁ ଅଧିକ ଆନନ୍ଦ ଦେଇଛି। ସହରରେ ହୋଲି ଏଥର ସାମୟିକ ଭାବେ ପାଳିତ ହେଉଥିବା ରୁ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ଅଗ୍ନୀଶମ ବାହିନୀ ପୁରା ଦିନ ତମାମ ଜାଗ୍ରତ ରହିଛନ୍ତି । ଦିନ ତମାମ କଟକରେ ହୋଲି ପାଳନ ହେଉଥିଲା ବେଳେ ମଦ୍ୟପ ମାନଙ୍କ ଗତି ବିଧି ଉପରେ ନଜର ରଖିଛି ପୋଲିସ। ସବୁ ଟ୍ରାଫିକ ପୋଷ୍ଟ ରେ ଟ୍ରାଫିକ କର୍ମଚାରୀ ମୁତୟନ ରହିଛନ୍ତି  । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.