Watch: ଦିଲ୍ଲୀରେ ହିନ୍ଦୁସ୍ତାନ ମୁର୍ଦ୍ଦାବାଦ ନାରା, ମାମଲା ରୁଜୁ କଲା ପୋଲିସ

By ETV Bharat Odisha Team

Published : Aug 29, 2023, 9:29 PM IST

thumbnail

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଶୁଭିଲା ଦେଶ ବିରୋଧୀ ନାରା । କିଛି ଯୁବକ 'ହିନ୍ଦୁସ୍ତାନ ମୁର୍ଦ୍ଦାବାଦ' ନାରା ଲଗାଇଛନ୍ତି । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଐତିହାସିକ ଲାଲକିଲ୍ଲା ସାମ୍ନାରେ ଏହି ଭିଡିଓଟି ଉତ୍ତୋଳନ ହୋଇଥିବା ଜଣାପଡ଼ିଛି । ତେବେ ଏହି ଭିଡିଓଟି କେବେ ଓ କିଏ ଉତ୍ତୋଳନ କରିଛି ସେ ନେଇ କୌଣସି ପ୍ରକାର ସୂଚନା ମିଳିନାହିଁ । ଭିଡିଓ ଭାଇରାଲ ହେବା ପରେ ଏ ନେଇ କିଛି ସଂଗଠନ କୋତବାଲି ଥାନାକୁ ଅବଗତ କରାଇଥିଲେ । ପୋଲିସ ତଦନ୍ତ କରି କିଛି ଯୁବକଙ୍କ ବିରୋଧରେ 153A ଧାରାରେ ମାମଲା ରୁଜୁ କରିଛି । ପୋଲିସ ତଦନ୍ତ କରିଥିବା ବେଳେ ଏହି ଭିଡିଓ କେବେ ଉତ୍ତୋଳନ ହୋଇଛି ସେ ନେଇ ସଠିକ ସୂଚନା ମିଳିପାରିନାହିଁ । ଏ ନେଇ ଉତ୍ତର ଜୋନର ଡିସିପି ସାଗର ସିଂହ କଲସି କହିଛନ୍ତି, " ଏ ନେଇ ପୋଲିସକୁ ସୂଚନା ମିଳିଛି । ଏ ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । "  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.