thumbnail

By ETV Bharat Odisha Team

Published : Nov 10, 2023, 8:46 PM IST

ETV Bharat / Videos

ଇସ୍ପାତ ନଗରୀରେ ଇକୋ ଫ୍ରେଣ୍ଡଲି ବାଣର ପସରା, ଜମୁଛି ଗ୍ରାହକଙ୍କ ଭିଡ

ରାଉରକେଲା: ଦିନକ ପରେ ଆସୁଛି ଆଲୋକର ପର୍ବ ଦୀପାବଳି । ତେବେ ଦୀପାବଳିକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଇସ୍ପାତ ସହର । ଦୀପାବଳିରେ ବାଣ ଫୁଟାଇବା ପାଇଁ ପ୍ରସ୍ତୁତ ରାଉରକେଲା ସହର ବାସୀ । ସହରରେ ଆରମ୍ଭ ହୋଇଛି ଗ୍ରୀନ ବାଣ ବିକ୍ରି । ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଚଳିତ ବର୍ଷ ସହରର ସେକ୍ଟର ୧୩ ପଡିଆରେ ପଡିଛି ବାଣର ପସରା । ବାଣ କିଣିବା ପାଇଁ ଜମୁଛି ଲୋକଙ୍କ ଭିଡ଼ ।

ସୁପ୍ରିମକୋର୍ଟ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି । ଏହାକୁ ନେଇ ସହରରରେ ଇକୋ ଫ୍ରେଣ୍ଡଲି ଦୀପାବଳି ପାଳନ କରାଯିବ । ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରି ସୁପ୍ରିମକୋର୍ଟ ପାରମ୍ପରିକ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି । ଏହା ପରେ ସହରବାସୀ ଦୀପାବଳି ପାଳନ କରିବା ପାଇଁ ସବୁଜ ବିପ୍ଳବକୁ ଆପଣେଇଛନ୍ତି । ସହରର ସେକ୍ଟର 13 ପଡ଼ିଆରେ ଇକୋ ଫ୍ରେଣ୍ଡଲି ବାଣ ଦୋକାନ ଖୋଲାଯାଇଛି । ପାରମ୍ପରିକ ବାଣ ଫୁଟାଇବା ଉପରେ କଟକଣା ଲାଗିବା ପରେ ଏବେ ପରିବେଶ ଅନୁକୂଳ ବାଣ ବିକ୍ରି କରିବାକୁ ପ୍ରଶାସନ ଅନୁମତିି ଦେଇଛି । ଏହି ଗ୍ରୀନ ବାଣ କିଣିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ....ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ, ଜଣେ ଅଟକ

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.