thumbnail

ହିନ୍ଦୁ ରୀତିନୀତିରେ ବିବାହ କଲେ ଫ୍ରାନ୍ସ ଦମ୍ପତି, ଆଗ୍ରାରେ ପଡିଲା ହାତଗଣ୍ଠି

By ETV Bharat Odisha Team

Published : Dec 26, 2023, 3:57 PM IST

French couple in agra: ଲକ୍ଷ୍ନୌ: ଜପ ତପ, ଆସ୍ଥାର ଭୂମି ଭାରତ । ଭାରତୀୟ ସଂସ୍କୃତି ଓ ସଭ୍ୟତାର ଆକର୍ଷଣ ବିଦେଶୀ ନାଗରିକଙ୍କୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଥାଏ । ସେଥିପାଇଁ ତ ଫ୍ରାନ୍ସର ଏକ ବିଦେଶୀ ଯୋଡି ଉତ୍ତରପ୍ରଦେଶର ଆଗ୍ରାରେ ଆସି ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି । ଆଗ୍ରା ସ୍ଥିତ ତାଜଗଞ୍ଜର କେସର ରେଷ୍ଟୁରାଣ୍ଟରେ ଉଭୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଦମ୍ପତିଙ୍କ ବିବାହ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏନେଇ ସଞ୍ଚାଳକ ଜାବେଦ ଅଲି କହିଛନ୍ତି, "ଇସକେନ୍ଦର ଓ ବସମା ଫ୍ରାନ୍ସର ନିବାସୀ ଅଟନ୍ତି  । ଦୁହେଁ ପ୍ୟାରିସରେ ଚାକିରି କରନ୍ତି  । ଏହି ଦମ୍ପତି ଭାରତ ଗସ୍ତରେ ଅଛନ୍ତି। ଜୟପୁରରୁ ଇସକେନ୍ଦର  ଆଗ୍ରାଠାରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏନେଇ ଉଭୟ ରବିବାର ଦିନ ଆଗ୍ରା ଠାରେ ପହଞ୍ଚିଥିଲେ। ତାଜମହଲକୁ ଦେଖିବା ପରେ ଦୁହେଁ ଅଗ୍ନିଙ୍କୁ ସାକ୍ଷୀ ଭାବରେ ବିବାହ କରିଛନ୍ତି। କିନାରି ବଜାରରୁ ବସମାଙ୍କ ପାଇଁ ଶାଢୀ ଏବଂ ଇସକେନ୍ଦର ଶେରୱାନି ପାଇଁ କ୍ରୟ କରାଯାଇଥିଲା | ଦୁହେଁ ପାରମ୍ପାରିକ ପୋଷାକରେ ବିବାହ କରିଛନ୍ତି  ।"

ଏହା ମଧ୍ୟ ପଢନ୍ତୁ-  ଉତ୍ତରାଖଣ୍ଡ ଯୁବତୀଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କଲେ କାନାଡା ସାଂସଦଙ୍କ ପୁଅ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.