thumbnail

ମାଲକାନଗିରିର ବିଭିନ୍ନ ହୋଟେଲରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ

By

Published : Oct 20, 2022, 7:20 AM IST

Updated : Feb 3, 2023, 8:29 PM IST

ମାଲକାନଗିରି:ଜିଲ୍ଲାର ବିଭିନ୍ନ ହୋଟେଲ ଉପରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ । ଏହି ଚଢ଼ାଉରେ ହୋଟେଲର ପରିବେଶ,ଖାଦ୍ୟର ମାନ ସହ ଖାଦ୍ୟ ତିଆରି ହେଉଥିବା ବିଭିନ୍ନ ସାମଗ୍ରୀର ମାନ ମଧ୍ୟ ତଦାରଖ ହୋଇଥିଲା । ହୋଟେଲ ଗୁଡିକରେ ଥିବା ଟିଫିନ ଗୁଡିକ ଖାଇବା ଯୋଗ୍ୟ ନା ତାହା ଖରାପ ହୋଇଯାଇଛି ତଦାରଖ ହେବା ସହ ଯେଉଁ ସ୍ଥାନରେ ସେହି ଖାଦ୍ୟ ରଖା ହେଉଛି ତାହା କେତେ ଉପଯୋଗୀ ସେଗୁଡିକ ମଧ୍ୟ ପରୀକ୍ଷା କରାଯାଇଥିଲା । ଯେଉଁ ସବୁ ଖରାପ ତେଲ,ଖାଇବା ସାମଗ୍ରୀ କିମ୍ବା ଅନ୍ୟାନ୍ୟ ଖରାପ ସାମଗ୍ରୀ ଥିଲା ସେ ଗୁଡିକୁ ନଷ୍ଟ କରାଯିବା ସହ ଫାଇନ ପକାଯାଇଥିଲା। ଏହି ଚଢ଼ାଉ ସମୟରେ ଖାଦ୍ୟ ସୁରକ୍ଷା ବିଭାଗ ସହିତ ପୋଲିସ ଓ ପୌରପାଳିକ ନିର୍ବାହୀ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଇଟିଭି ଭାରତ, ମାଲକାନଗିରି
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.