thumbnail

By

Published : Apr 13, 2022, 6:34 PM IST

Updated : Feb 3, 2023, 8:22 PM IST

ETV Bharat / Videos

ରାଜଧାନୀ ପ୍ରତିଷ୍ଠା ଦିବସରେ ପତାକା ନୁହେଁ ଉଡିଲା ଫ୍ଲେକ୍ସ

ଭୁବନେଶ୍ବର: ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ କପଡା ପତାକା ବଦଳରେ ଉଡିଲା ଫ୍ଲେକ୍ସର ପତାକା । ପ୍ରତି ବର୍ଷ ବିଧାନସଭା ସାମ୍ମୁଖରେ କରାଯାଇଥିବା କାର୍ଯ୍ୟକ୍ରମର ପତାକା ଉତ୍ତୋଳନ କରାଯାଇ ଉଦଘାଟନ କରାଯାଇଥାଏ । କିନ୍ତୁ ଏଥର ଫ୍ଲେକ୍ସର ପତାକା ଲାଗାଯାଇଛି । ତେଣୁ ଏହାକୁ ଆଉ ଉତ୍ତୋଳନ କରାଯାଇ ନାହିଁ । କେବଳ ସେତିକି ନୁହେଁ ପ୍ରତିଷ୍ଠା ଦିବସର ବ୍ୟାନର ବି ଲାଗିଥିଲା ଫ୍ଲେକ୍ସର । ତେବେ ଭୁବନେଶ୍ୱରକୁ ସ୍ଵଚ୍ଛ ସହର ସହ ପ୍ଲାଷ୍ଟିକ ମୁକ୍ତ ସହର କରିବାକୁ ପ୍ରୟାସ କରାଯାଉ ଥିବାବେଳେ ସେହି ସହରର ପ୍ରତିଷ୍ଠା ଦିବସରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ପ୍ରତିଷ୍ଠା ଦିବସର ଏଭଳି ଏକ ବ୍ୟତିକ୍ରମକୁ ନେଇ ସାଧାରଣରେ ବେଶ ଚର୍ଚ୍ଚା ହେଉଛି । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.