ନଜରପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 40ରୁ ଊର୍ଦ୍ଧ୍ବ କଣ୍ଟେନର
🎬 Watch Now: Feature Video
Published : Sep 9, 2023, 8:01 AM IST
କଟକ: ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ । ଏଲ ଆଣ୍ଡଟି ସଂସ୍ଥାର ଶ୍ରମିକ ମାନେ ରହୁଥିବା ଅସ୍ଥାୟୀ କଣ୍ଟେନର ଜଳି ଯାଇଛି । ଏହି ଭୟାବହ ଅଗ୍ନିକାଣ୍ଡରେ ପ୍ରାୟ 40ରୁ ଊର୍ଦ୍ଧ୍ବ କଣ୍ଟେନର ଜଳି ଯାଇଛି । ଏଥିରେ କିଛି ଶ୍ରମିକ ଆହତ ହୋଇଥିବା ଖବର ମିଳିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ଅଗ୍ନିକାଣ୍ଡରେ ବହୁ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି । ସେପଟେ ଧୂଆଁର ମାତ୍ରା ଅଧିକ ରହିଥିବାରୁ ବିପଦ ଟଳି ନ ଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ । ତେବେ ଘଟଣାସ୍ଥଳରେ ଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ୯୦୦ ରୁ ଉର୍ଦ୍ଧ୍ବ ଶ୍ରମିକ ଏହି କଣ୍ଟେନରରେ ରହୁଥିବା ବେଳେ ସମସ୍ତ ଶ୍ରମିକ ଏସିବି ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଥିଲେ । ଗତକାଲି(ଶୁକ୍ରବାର) ରାତି ପ୍ରାୟ ସାଢେ 8ଟା ସମୟରେ ଅଚାନକ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ବ୍ୟାପି ଥିଲା । ପରେ ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ଫଳରେ ନିଆଁକୁ ଆୟତ୍ତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲେ ମେଡିକାଲ କର୍ମଚାରୀ
ଇଟିଭି ଭାରତ, କଟକ