thumbnail

By ETV Bharat Odisha Team

Published : Nov 18, 2023, 1:13 PM IST

ETV Bharat / Videos

ବିଶ୍ବକପରେ ଭାରତର ବିଜୟ ପାଇଁ ମନ୍ଦିରରେ ହୋମ ଯଜ୍ଞ

ମୁମ୍ବାଇ: ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ବକପ ଫାଇନାଲ ମ୍ୟାଚ । ଏହି ମ୍ୟାଚ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ସାରା ବିଶ୍ବର କ୍ରୀଡାପ୍ରେମୀ । ବିଶ୍ବକପ ଫାଇନାଲ ଲଢେଇରେ ଭାରତର ବିଜୟ କାମନା କରି ଆଜିଠାରୁ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି ପ୍ରଶଂସକ । ମୁମ୍ବାଇର ମାଧବବଉଗ ମନ୍ଦିରରେ ହୋମ ଯଜ୍ଞ ଆରମ୍ଭ ହୋଇଯାଇଛି । ଭାରତୀୟ ଦଳର ଜର୍ସି ପିନ୍ଧି ପୂଜାର୍ଚ୍ଚନା କରିଛନ୍ତି କ୍ରୀଡାପ୍ରେମୀ ।  ଆସନ୍ତାକାଲି ଅପରାହ୍ନ 2ଟା ସମୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ବକପ ଫାଇନାଲ ମ୍ୟାଚ ଖେଳାଯିବ । ଟ୍ରଫି ହାତେଇବା ପାଇଁ ଦୁଇ ଦଳ ମଧ୍ୟରେ ହେବ ଜୋରଦାର ଲଢେଇ । ମ୍ୟାଚ ପୂରରୁ ପିଚ୍ ଅନୁଧ୍ୟାନ କରିଛନ୍ତି ରୋହିତ ଶର୍ମା ଓ ରାହୁଲ ଦ୍ରାବିଡ । ଦୁଇ ଦଳ ବର୍ତ୍ତମାନ ଅହମ୍ମଦାବାଦରେ ଅଭ୍ୟାସ ଚଳାଇଛନ୍ତି । ଚଳିତ ବିଶ୍ବକପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଜୟ ରହିଛି ଭାରତ । 10ଟି ମ୍ୟାଚରେ ଭାରତ ବିଜୟୀ ହୋଇଛି।

ଏହା ମଧ୍ୟ ପଢନ୍ତୁ-ବିଶ୍ବକପରେ ରୋହିତଙ୍କ ଚମକ; ପ୍ରଥମ 10 ଓଭରରେ କରନ୍ତି ବିସ୍ଫୋରକ ବ୍ୟାଟିଂ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.