୫ ଦିନ ପରେ ମିଳିଲା ଅମ୍ରିତ, ମିଠା ବାଣ୍ଟିଲେ ପରିବାର ଲୋକେ - ନୟାଗଡ଼ର ନିଖୋଜ ନାବାଳକ ଅମ୍ରିତ

🎬 Watch Now: Feature Video

thumbnail

By

Published : Dec 19, 2022, 7:54 PM IST

Updated : Feb 3, 2023, 8:36 PM IST

ନୟାଗଡ଼: ଦୀର୍ଘ ୪ ଦିନ ପରେ ପଞ୍ଚମ ଦିନରେ ମିଳିଲା ନିଖୋଜ ନାବାଳକ ଅମ୍ରିତର ସନ୍ଧାନ । ସୁରକ୍ଷିତ ଭାବେ ଘରକୁ ଫେରିଲା ଅମ୍ରିତ । ଅମ୍ରିତ ଫେରିବା ପରେ ଖୁସି ବ୍ୟକ୍ତ କରିଛନ୍ତି ପରିବାର ଲୋକେ । ଅମ୍ରିତଙ୍କ ପରିବାର ପକ୍ଷରୁ ଗାଁରେ ମିଠା ବଣ୍ଟନ କରାଯାଇଛି । ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ସାମ୍ବାଦିକଙ୍କୁ ଧନ୍ୟବାଦ ଦେଇଛନ୍ତି ପରିବାର ଲୋକେ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ କୁରାଳ ଗ୍ରାମରୁ ୫ ଦିନ ପୂର୍ବରୁ ନିଖୋଜ ଥିବା ନାବାଳକ ଅମ୍ରିତକୁ ଗାଁର ଏକ ଅବ୍ୟବହୃତ ଘରୁ ଉଦ୍ଧାର କରାଯାଇଛି । ଅମ୍ରିତ ଅପହରଣକାରୀ କିଏ ଏବଂ କାହିଁକି ଅମ୍ରିତଙ୍କୁ ଅପହରଣ କରିଥିଲା, ସେନେଇ ପୋଲିସ ତଦନ୍ତ କରୁଛି । ତେବେ ଏହି ପୁରା ଘଟଣା ଉପରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଆମ ନୟାଗଡ଼ ପ୍ରତିନିଧି ଜୟେନ୍ଦ୍ର ବେହେରା । ଇଟିଭି ଭାରତ, ନୟାଗଡ଼
Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.