ନୁହ ହିଂସା: ଜାମିନରେ ମୁକୁଳିବା ପରେ ଏମିତି କହିଲେ ବିଟ୍ଟୁ ବଜରଙ୍ଗୀ - ବିଟ୍ଟୁ ବଜରଙ୍ଗୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 31, 2023, 1:21 PM IST

ଚଣ୍ଡିଗଡ: ନୁହ ହିଂସା ଉସକାଇବା ମାମଲାରେ ଜେଲରେ ଥିବା ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀଙ୍କୁ ଜାମିନ ମିଳିଛି । ସେ ନୁହ ଜିଲ୍ଲା ଅଦାଲତରୁ ଜାମିନ ପାଇ ବୁଧବାର ସନ୍ଧ୍ୟାରେ ଫରିଦାବାଦ ସ୍ଥିତ ନୀମକା ଜେଲରୁ ମୁକୁଳିଛନ୍ତି । ଜେଲରୁ ବାହାରିବା ପରେ ବିଟ୍ଟୁ ବଜରଙ୍ଗୀ ନିଜ ବିରୋଧରେ ଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ମୋ ବିରୋଧରେ ଯେଉଁ ସବୁ ଧାରା ଲଗାଯାଇଛି ତାହା ଭୁଲ୍ । ପୋଲିସ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ଜେଲ୍ ଯାଇଥିଲି, ହେଲେ ଆଜି ମୋତେ ଜାମିନ ମିଳିଛି । ଏବେ ମୁଁ ପୂର୍ବଭଳି ଗୋ ରକ୍ଷା ଓ ଧର୍ମ ରକ୍ଷା ପାଇଁ ସକ୍ରିୟ ଭାବେ କାମ କରିବି ।

ପ୍ରକାଶ ଥାଉକି, ନୁହ ହିଂସା ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀ ନିଜକୁ ବଜରଙ୍ଗୀ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର ନେତା କହୁଥିଲେ । ହେଲେ ହିଂସା ମାମଲାରେ ସେ ଜେଲ୍ ଯିବା ପରେ ବିଶ୍ବ ହିନ୍ଦୁ ପରିଷଦର ତାଙ୍କ ଠାରୁ ଦୂରେଇ ରହିଥିଲା । ଭିଏଚପି ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରିଥିଲା ଯେ, ବିଟ୍ଟୁ ବଜରଙ୍ଗୀଙ୍କ ସହ ବଜରଙ୍ଗ ଦଳ କିମ୍ବା ବିଶ୍ବ ହିନ୍ଦୁ ପରିଷଦର କୌଣସି ସମ୍ପର୍କ ନାହିଁ । ସେ ଯାହା କରିଛନ୍ତି ଆମେ ତାହାକୁ ସମର୍ଥନ କରୁନୁ  ।  

ଏହାମଧ୍ୟ ପଢନ୍ତୁ: ନୁହ ହିଂସା ପଛରେ ବଡ଼ ଷଡ଼ଯନ୍ତ୍ର ! ଫେଲ୍ ମାରିଲା କି ଗୁଇନ୍ଦା ବିଭାଗ ?

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୩୧ରେ ନୁହରେ ବ୍ରଜ ମଣ୍ଡଳ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଘଟିଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଉପଦ୍ରବୀମାନେ ୧୦୦ରୁ ଅଧିକ ଯାନବାହାନ ଜାଳି ଦେଇଥିଲେ । ହିଂସା ପରେ ନୁହରେ କର୍ଫ୍ୟୁ ଲଗାଯିବା ସହ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା । ତେବେ ବିଟ୍ଟୁ ବଜରଙ୍ଗୀ ବ୍ରଜ ମଣ୍ଡଳ ଯାତ୍ରାକୁ ନେଇ ହିଂସା ଉସକାଇବା ଭଳି ବୟାନ ଦେବା ଓ ହତିୟାର ବୁଲାଇବା ନେଇ ଅଭିଯୋଗ ଆସିଥିଲା । ଯାହାପରେ ତାଙ୍କୁ ଅଗଷ୍ଟ ୧୫ ଦିନ ଫରିଦାବାଦରୁ ଗିରଫ କରାଯାଇଥିଲା  ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.