ମା’ ଶାରଳାଙ୍କ ଏକାଦଶୀ ବ୍ରତ, ଲୋକରଣ୍ୟ ଦେବୀଙ୍କ ପୀଠ

By ETV Bharat Odisha Team

Published : Nov 24, 2023, 6:26 AM IST

thumbnail

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା’ ଶାରଳାଙ୍କ ପୀଠ ଏକାଦଶୀ ବ୍ରତ ପାଇଁ ଲୋକରଣ୍ୟ ହୋଇ ଉଠିଛି । ଆଜି ଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି । ରାତି 2ଟା ସମୟରେ ମାଙ୍କ ପହୁଡ଼ ଖୋଲା ନୀତି ସମ୍ପର୍ଣ୍ଣ ହୋଇଥିଲା । ପଞ୍ଚୁକ ଥିବରୁ ପ୍ରବଳ ଜନ ସମାଗମ ହୋଇଥିଲା । ବଢିଭୋରୁ ହଜାର ଭକ୍ତ ଦର୍ଶନ ପାଇଁ ଲମ୍ବା ଧାଡିରେ ଛିଡ଼ାହୋଇ ରହିଥିଲେ ।

ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା’ ଶାରଳାଙ୍କ ପୀଠରେ ଏକାଦଶୀ ବ୍ରତ । ତେଣୁ ମନ୍ଦିର ପରିସର ଲୋକରଣ୍ୟ ହୋଇ ଉଠିଥିଲା । ଗୁରୁବାରଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହୋଇଥିବାରୁ ରାତି 2ଟା ସମୟରେ ମାଙ୍କ ପହୁଡ଼ ଖୋଲା ନୀତି ସମ୍ପର୍ଣ୍ଣ ହେଇଥିଲା । ପରେ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ମାଜଣା ,ବେଶ ଓ ଗୋପାଳ ବଲ୍ଲଭ ଭୋଗ ପରେ ସର୍ବ ସାଧାରଣ ଦର୍ଶନ ପାଇଁ ସାହାଣ ମେଲା କରାଯାଇଥିଲା । ପଞ୍ଚୁକ ଥିବାରୁ ପ୍ରବଳ ଜନ ସମାଗମ ହୋଇଥିଲା । ବଡ଼ି ଭୋରରୁ ଭକ୍ତ ଦର୍ଶନ ପାଇଁ ଲମ୍ବା ଧାଡିରେ ଛିଡ଼ାହୋଇ ରହିଥିଲେ । ଆଜି ସନ୍ଧ୍ୟାରେ ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ପ୍ରତ୍ୟେକ ଏକାଦଶୀ ତିଥିରେ ମା’ ଶାରଳାଙ୍କୁ ଶ୍ରୀ ଜଗନ୍ନାଥଙ୍କ ରୂପରେ ସଜ୍ଜିତ କରାଯାଇଥାଏ । ତାସହିତ ମା'ଙ୍କୁ  ତୁଳସୀ ମାଳ ଅର୍ପଣ କରାଯାଇଥାଏ । ଏକାଦଶୀ ତିଥିରେ ମଧ୍ୟ ମହାବିଷ୍ଣୁଙ୍କ ମନ୍ତ୍ରରେ ହଜାର ତୁଳସୀ ଅର୍ପଣ କରାଯିବାର ବିଧି ରହି ଆସିଛି ।  

ଏହା ମଧ୍ୟ ପଢ଼ନ୍ତୁ...ଐତିହାସିକ ବାଲିଯାତ୍ରାର ପ୍ରଚାର, ରାଜ୍ୟସାରା ଘୁରି ବୁଲୁଛି ସାଂସ୍କୃତିକ ମେଢ

ମା’ ସାରଳା ଠାକୁରାଣୀ ଶକ୍ତି ହୋଇଥିଲେ ମଧ୍ୟ ବେଲପତ୍ର ଓ ତୁଳସୀ ଦ୍ୱାରା ପୂଜା କରାଯାଇଥାଏ । ଯାହା ଅନ୍ୟ କୌଣସି ଦେବୀପୀଠରେ ଦେଖାଯାଏ ନାହିଁ । ପୁରୀ ଶ୍ରୀ ଜଗନ୍ନାଥଙ୍କ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ମା’ ଶାରଳାଙ୍କ ପୀଠ । ପ୍ରତ୍ୟକ ଦିନ ଶ୍ରୀ ଜଗନ୍ନାଥଙ୍କ ନିକଟରୁ ସୁଖିଲା ମହାପ୍ରସାଦ ଓ ମହାପ୍ରଭୁଙ୍କ ନାକଚଣା ଆସି ମାଙ୍କୁ ଅର୍ପଣ କରାଯାଏ । ଶାକ୍ତି ଓ ବୈଷ୍ଣବୀୟ ପୂଜା ପଦ୍ଧତି ଅନୁସାରେ ଏହି ପୀଠରେ ନିତ୍ୟ ପୂଜାର୍ଚ୍ଚନା ହୋଇଥାଏ । ଆଜି ସନ୍ଧ୍ୟାରେ ମା,ଶାରଳାଙ୍କ ପୀଠରେ ଶରତ ରାସ ମଧ୍ୟ ଅନୁଷ୍ଠିତ ହୋଉଛି । ଏହା 5ଦିନ ଧରି ଚାଲିବ । କାର୍ତ୍ତିକ ପୂର୍ଣ୍ଣିମା ଦିନ ମା’ ଶାରଳାଙ୍କ ପୀଠରେ ପ୍ରବଳ ଜନ ସମାଗମ ହେବାର ସମ୍ଭାବନା ଥିବାରୁ ପୋଲିସ ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଈଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.