thumbnail

By ETV Bharat Odisha Team

Published : Nov 2, 2023, 4:40 PM IST

ETV Bharat / Videos

ଦାରିଙ୍ଗବାଡ଼ି ବାଡ଼ିରେ ଇକୋ ରିଟ୍ରିଟ ଆରମ୍ଭ, ପ୍ରାକୃତିକ ପରିବେଶରେ 5 ଷ୍ଟାର ହୋଟେଲ ମଜା

ଫୁଲବାଣୀ: ଆଜି ଠାରୁ ଆରମ୍ଭ ହେଲା ଦାରିଙ୍ଗବାଡ଼ି ବାଡ଼ିରେ ଇକୋ ରିଟ୍ରିଟ । ଶୀତଋତୁ ଆସିଲେ କନ୍ଧମାଳର କାଶ୍ମୀର ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ଅନୁଦାନରେ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟର ଶୁଭାରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଦାରିଙ୍ଗବାଡ଼ିର ପ୍ରକୃତିର ମନଲୋଭା ଦୃଶ୍ୟକୁ କିଭଳି ପର୍ଯ୍ୟଟକ ଉପଭୋଗ କରିବେ ସେନେଇ ଗୁରୁତ୍ବ ଦିଆଯାଇଛି । 

ଏପରିକି ପର୍ଯ୍ୟଟକଙ୍କ କିପରି ସୁଲଭ ମୂଲ୍ୟରେ ରହିବେ ଏବଂ ଖାଇବେ ସେସବୁ ଦିଗକୁ ଧ୍ୟାନ ଦିଆଯାଇ ଏହି ଇକୋ ରିଟ୍ରିଟ କରାଯାଇଛି l ଏଥିରେ ରହିବା ପାଇଁ ଲକଜୁରୀ ଟେଣ୍ଟରେ ନିର୍ମିତ ଘର କରାଯାଇଛି l ଏହି ଠାରେ ୨୫ଟି ରୁମ ନିର୍ମିତ କରାଯାଇଛି l ସୁରକ୍ଷା ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି l ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ କିଭଳି ସବୁ ସୁବ୍ୟବସ୍ଥା କରାଯାଇପାରିବ ସେଥି ପ୍ରତି ଜିଲ୍ଲା ଟୁରିଜିମ୍ ପକ୍ଷରୁ ବିଶେଷ ଦୃଷ୍ଟି ରଖାଯାଇଛି । ବାହାରୁ ପର୍ଯ୍ୟଟକ କିଭଳି ଆସିବେ ସେଥି ନିମନ୍ତେ ଅନ୍ ଲାଇନ୍ ବୁକିଂ କରାଯାଉଛି । 

ଏହି ଇକୋ ରିଟ୍ରିଟ ହେବା ଦ୍ଵାରା ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ସହ ଟୁରିଜିମ୍ କ୍ଷେତ୍ରରେ ବ୍ୟାପକ ପ୍ରସାର ହେବ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିବେ ଏବଂ ଦାରିଙ୍ଗବାଡ଼ିର ସୌନ୍ଦର୍ଯ୍ୟ ଉପଭୋଗ କରିବେ । ଏହା ସହିତ ଦାରିଙ୍ଗବାଡ଼ିରେ ଥିବା ଦାରିଙ୍ଗବାଡି କଫି ବଗିଚାରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଦ୍ବାରା ମିଶନ ଶକ୍ତି କାଫେ ଓ ଚିଲରେନ୍ ପାର୍କର ମଧ୍ୟ ଶୁଭ ଉଦଘାଟନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । 

ଏହା ମଧ୍ୟ ପଢନ୍ତୁ: ହୀରାକୁଦ ଇକୋ ରିଟ୍ରିଟ ଉଦଘାଟିତ, ସୌନ୍ଦର୍ଯ୍ୟର ମଜ୍ଜା ନେବେ ପର୍ଯ୍ୟଟକ

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.