ରେଲୱେ ଜମିରୁ ହଟିବ ଜବରଦଖଲ: ପୂର୍ବତଟ ରେଲୱେ DRM - ଗୁଣୁପୁରରେ ପୂର୍ବତଟ ରେଲୱେ ଡିଆରଏମ

🎬 Watch Now: Feature Video

thumbnail

By

Published : Nov 3, 2022, 8:31 AM IST

Updated : Feb 3, 2023, 8:31 PM IST

ରାୟଗଡା: ରେଲୱେ ଜମିରୁ ହଟିବ ଜବରଦଖଲ । ତୁରନ୍ତ ଆରମ୍ଭ ହେବ ଉଚ୍ଛେଦ କାମ । ଏନେଇ ସୂଚନା ଦେଇଛନ୍ତି ଡିଆରଏମ ଅନୁପ ଶତପଥୀ । ପୂର୍ବତଟ ରେଲୱେର ଡିଆରଏମ ଅନୁପ ଶତପଥୀ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏବଂ ରାୟଗଡା ଜିଲ୍ଲାର ଗୁଣପୁର ରେଲୱେ କାମର ତଦାରଖ କରିଛନ୍ତି । ଏ ଅବସରରେ ଉଭୟ ରେଲୱେର ପ୍ଲାଟଫର୍ମ ,ପ୍ଲାଟଫର୍ମର ଉଚ୍ଚତା,ସ୍ୱଚ୍ଛ ପାନୀୟଜଳର ବ୍ୟବସ୍ଥା, ଆଲୋକୀକରଣର ବ୍ୟବସ୍ଥା ସହ ପାର୍କିଂ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ପୂର୍ବତଟ ରେଳ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ରେଲୱେ ଜମିକୁ ଜବରଦଖଲ କରି ଜନବସତି ଗଢି ଉଠିଥିବାରୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ରାୟଗଡା ଜିଲ୍ଲାପାଳ ଏବଂ ଗୁଣପୁର ଉପଜିଲ୍ଲାପାଳଙ୍କ ସହ କଥା ହୋଇଥିବା ଜଣାଇଛନ୍ତି । ଅନୁପ ଶତପଥି ସ୍ପଷ୍ଟ କରିଛନ୍ତି ଯେ, ଇଞ୍ଚେ ରେଲୱେର ଜମିକୁ ଛଡା ଯିବ ନାହିଁ । ଆବଶ୍ୟକ ପଡିଲେ ଜମି ଜବରଦଖଲକାରୀ ଏବଂ ସରକାରୀ ଅଧିକାରୀଙ୍କ ଉପରେ ପଦକ୍ଷେପ ନିଆଯିବ । ଗୁଣପୁର ଠାରୁ ଥେରୁବାଲି ସମ୍ପ୍ରସାରଣ କାମ ମଧ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି କହିଛନ୍ତି ଅନୁପ ଶତପଥୀ । କେନ୍ଦ୍ର ସରକାରଙ୍କ ଯୋଜନା ମନ୍ତ୍ରଣାଳୟ ନିକଟରୁ ଅନୁମୋଦନ ପରେ ଖୁବଶୀଘ୍ର ଗୁଣପୁର ଠାରୁ ଥେରୁବାଲି ରେଳ ସମ୍ପ୍ରସାରଣ କାମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.