thumbnail

Watch: କଂଗ୍ରେସରେ କନ୍ଦଳ, ବିକ୍ଷୋଭ ବେଳେ ପୂର୍ବତନ ବିଧାୟକ-ଯୁବ ସଭାପତି ମୁହାଁମୁହିଁ

By

Published : Jul 20, 2023, 8:52 AM IST

ରାଉରକେଲା: ପୁଣି ପଦାରେ ପଡିଲା କଂଗ୍ରେସର ଦଳ କନ୍ଦଳ । ରାଉରକେଲା କଂଗ୍ରେସ ମଧ୍ୟରେ ପୁଣି କନ୍ଦଳ ଦେଖିବାକୁ ମିଳିଛି । ଏଥର ଭାଷଣକୁ ନେଇ ବିକ୍ଷୋଭ ସ୍ଥଳରେ ମୁହାଁମୁହିଁ ହୋଇଛନ୍ତି ପୂର୍ବତନ ବିଧାୟକ ଏବଂ ଯୁବ ସଭାପତି । କଂଗ୍ରେସ ଦଳରେ କାହାର କାହା ସହ ପଡୁନାହିଁ । କିଏ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଉଛନ୍ତି ତ କିଏ ଦଳରେ ଥିବା ଫାଟକୁ ଆହୁରି ସକ୍ରିୟ କରୁଛନ୍ତି । ରାଉରକେଲା ଜିଲ୍ଲା କଂଗ୍ରେସ ଦଳର ମଧ୍ୟ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି । ପୂର୍ବତନ କଂଗ୍ରେସ ବିଧାୟକ ଏବଂ ବର୍ତ୍ତମାନ ଯୁବ କଂଗ୍ରେସ ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତି ମଧ୍ୟରେ ପାଟି ତୁଣ୍ଡ ହୋଇଛି । ବିଚ ରାସ୍ତାରେ ଲୋକଙ୍କ ମଝିରେ ଉଭୟ କଥା କଟାକଟି ହୋଇଥିଲେ ।

ଏହା ବି ପଢନ୍ତୁ...କାର୍ଯ୍ୟକାରିଣୀରେ ମୋକିମ-ଚିରଞ୍ଜୀବ ପ୍ରସଙ୍ଗ ଉଠାଇବେ ନରସିଂହ, ଏକାଠି ଲଢ଼ିବୁ କହିଲେ ଜୟଦେବ

ହକି ବିଶ୍ୱକପ ନାଁରେ ନିମ୍ନମାନର କାମ ଓ ଦୁର୍ନୀତି ଅଭିଯୋଗ ଆଣି ତଦନ୍ତ ଦାବିରେ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ବିର୍ସା ମୁଣ୍ଡା ଷ୍ଟାଡିୟମ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଚାଲିଥିବାବେଳେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ଓ ଯୁବ କଂଗ୍ରେସ ସଭାପତି ମୁହାଁମୁହିଁ ହେବା ଓ ଉଭୟଙ୍କ ମଧ୍ୟରେ ବଚସା, କଥା କଟାକଟି, ଆକ୍ଷେପ ଓ ପ୍ରତ୍ୟାକ୍ଷେପ ଦେଖିବାକୁ ମିଳିଥିଲା । ଏହି ମୁହାଁମୁହିଁ ସଂଘର୍ଷ ସମ୍ପୂର୍ଣ୍ଣ ବିକ୍ଷୋଭର ଫସର ଫଟାଇ ଦେଲା । ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ବିକ୍ଷୋଭ ସମୟରେ ଭାଷଣ ଦେଉଥିବା ବେଳେ ନିଜ ଦଳର କାମ ଏବଂ ନେତାଙ୍କ ବିଷୟରେ ବିବାଦୀୟ ବୟାନ ଦେଇଥିଲେ । ଦଳ ଠିକ ଭାବେ କାର୍ଯ୍ୟ କରୁନଥିବା ଏବଂ ଦଳ ସବୁବେଳେ ନେତାଙ୍କ ପାଇଁ ପଛୁଆ ଥିବା କହି ଦେଇଥିଲେ ଏହି ଭାଷଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଯୁବ କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ଦାସ ଏହାକୁ ବିରୋଧ କରିବାରୁ ଅସନ୍ତୋଷ ବୃଦ୍ଧି ପାଇଥିଲା ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.