Rath Yatra: ବଡଦାଣ୍ଡରେ ବୁଲୁଛି ଚକ୍ରି ବନାଟି - ରଥଯାତ୍ରାରେ ଜନସମୁଦ୍ର ପାଲଟିଛି ବଡଦାଣ୍ଡ
🎬 Watch Now: Feature Video
ପୁରୀ: ରଥଯାତ୍ରାରେ ଜନସମୁଦ୍ର ପାଲଟିଛି ବଡଦାଣ୍ଡ। ଜଗା ପ୍ରେମରେ ବିଭୋର ଭକ୍ତ। କିଏ ହନୁମାନ ବେଶରେ ନୃତ୍ୟ ପରିବେଷଣ କରୁଛି ପୁଣି କିଏ ଶିବ ବେଶରେ। ନୃତ୍ୟଶିଳ୍ପୀ ମାନେ ଓଡିଶୀ ନୃତ୍ୟ ମଧ୍ୟ କରୁଛନ୍ତି। ସେହିପରି ବଡଦାଣ୍ଡରେ ପାରମ୍ପରିକ ଚକ୍ରି ବନାଟି ବୁଲାଉଛନ୍ତି କଳାକାର। ଭକ୍ତଙ୍କ ଗହଳିରେ ଫାଟି ପଡୁଛି ବଡଦାଣ୍ଡ। ପହଣ୍ଡି ବିଜେ ପରେ ରଥାରୂଢ ହୋଇଛନ୍ତି ତିନି ଠାକୁର । ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ। ଚକା ଆଖିରେ ଭକ୍ତଙ୍କୁ କଣେଇ କଣେଇ ଚାହୁଁଛି କାଳିଆ। ଏହାରି ମଧ୍ୟରେ ବଡଦାଣ୍ଡରେ ପହଞ୍ଚିଛନ୍ତି ଜଗତ ଗୁରୁ ଶଙ୍କରାଚାର୍ଯ୍ୟ । ପୁରୀ ଗୋବର୍ଦ୍ଧନ ମଠର ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ରଥ ପରିକ୍ରମା କରୁଛନ୍ତି। ରଥାରୁଢ ଶ୍ରୀଜିଉଙ୍କ ରଥରେ ଛେରା ପହଁରା ପାଇଁ ଗଜପତି ଦିବ୍ୟ ସିଂ ଦେବଙ୍କ ଆଗମନ ମଧ୍ୟ ହୋଇଛି। ବର୍ତ୍ତମାନ ଜାରି ରହିଛି ଛେରା ପହଁରା। ଅପରାହ୍ନରେ ଆରମ୍ଭ ହେବ ରଥ ଟଣା।
ଇଟିଭି ଭାରତ, ପୁରୀ