ମକର ସଂକ୍ରାନ୍ତିରେ ବାବା ଝାଡ଼େଶ୍ବର ପୀଠରେ ଭକ୍ତଙ୍କ ଭିଡ଼ - Jhadeswar Temple in Jharsuguda
🎬 Watch Now: Feature Video
Published : Jan 15, 2024, 3:47 PM IST
Devotees crowded in Jhadeswar Temple, ଝାରସୁଗୁଡା : ଆଜି ପବିତ୍ର ମକର ସଂକ୍ରାନ୍ତି । ଦେଶର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ । କେଉଁଠି ପୋଙ୍ଗଲ, ଗୁଡ଼ି ପର୍ବ, ଦହି ଚୁଡ଼ା ତ ଆଉ କେଉଁଠି ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି ଓ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଇଷ୍ଟଦେବଙ୍କଠାରେ ଲାଗି ହେବା ପରେ ଘରେ ଘରେ ଲୋକେ ମକର ଚାଉଳ ଖାଇଥାନ୍ତି । ମକର ସଂକ୍ରାନ୍ତିରେ ଝାରସୁଗୁଡ଼ାର ଆରାଧ୍ୟ ଝାଡ଼େଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ବାବା ଝାଡ଼େଶ୍ବରଙ୍କ ପାଖରେ ଲାଗି ହୋଇଛି ମକର ଚାଉଳ । ପ୍ରଭୁ ଦେବଦେବ ମହାଦେବଙ୍କ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ । ମକର ସଂକ୍ରାନ୍ତିକୁ ନେଇ ଉତ୍ସବ ମୁଖର ହୋଇଉଠିଛି ଝାଡ଼େଶ୍ବର ଶୈବପୀଠ ।
ଏହା ମଧ୍ୟ ପଢନ୍ତୁ ... ହଟକେଶ୍ବରରେ ମକର ମେଳା ଆରମ୍ଭ, ସନ୍ତାନ ପ୍ରାପ୍ତି ଆଶାରେ ଗୁଆ ଖୋଜନ୍ତି ମହିଳା
ଏଥର ମକର ସଂକ୍ରାନ୍ତିରେ ୭୭ ବର୍ଷ ପରେ ରବି ଯୋଗ । ସୂର୍ଯ୍ୟଦେବଙ୍କର ଉତ୍ତରାୟଣ ଗତି ଯୋଗୁଁ ବୁଧ ଓ ମଙ୍ଗଳ ଗୋଟିଏ ରାଶି ଧନୁରେ ବିରାଜମାନ କରିବେ । ତେଣୁ ଏହି ସଂଯୋଗ ଖୁବ ଦୁର୍ଲଭ ଅଟେ l ଆଜି ମକର ସଂକ୍ରାନ୍ତି ହୋଇଥିବା କାରଣରୁ ମହାଦେବଙ୍କ କୃପା ଲାଭ କରିବା ପାଇଁ ମହାଦେବଙ୍କ ନିକଟରେ ଶ୍ବେତ ପଦ୍ମ ସହିତ କର୍ପୁର ମିଶ୍ରିତ ଜଳ ଅର୍ପଣ କଲେ ଏବଂ ମକର ସଂକ୍ରାନ୍ତି ଦିନ ମହାଦେବ ମନ୍ଦିର ଓ ହନୁମାନ ମନ୍ଦିର ରେ ନାଲି କପଡ଼ାରେ ଚାଉଳ ଓ ନଡ଼ିଆ ଅର୍ପଣ କରିବା ଦ୍ବାରା ଅର୍ଥ ସମସ୍ୟା ଦୂର ହେବା ସହ ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି l
ଇଟିଭି ଭାରତ, ଝାରସୁଗୁଡା