ଭକ୍ତି ଆଗରେ ହାର ମାନିଲା ଦୂରତା, ବାଲେଶ୍ବରରୁ ଶ୍ରୀକ୍ଷେତ୍ରକୁ ଚାଲି ଚାଲି ଆସିଲେ ଭକ୍ତ

By

Published : Mar 11, 2023, 11:58 AM IST

Updated : Mar 11, 2023, 12:54 PM IST

thumbnail

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସୁଦୂର ବାଲେଶ୍ବରରୁ ପୁରୀକୁ ଚାଲି ଚାଲି ଗଲେ ଭକ୍ତ । ରାତିରେ ଶୋଇଥିବା ବେଳେ ମହାପ୍ରଭୁ ସ୍ୱପ୍ନାଦେଶ ପାଇଥିଲେ ଦୟାନିଧି । ଆଉ ତାହାକୁ ପାଳନ କରିବା ପାଇଁ ବାଲେଶ୍ଵରରୁ ପୁରୀ ପାଦରେ ଚାଲି ଚାଲି ଆସିଛନ୍ତି ବୋଲି କହିଛନ୍ତି ଭକ୍ତ ଦୟାନିଧି ଘୋଷ । କେବଳ ସେତିକି ନୁହେଁ ହାତରେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ମଧ୍ୟ ନେଇ ପୁରୀରେ ପହଞ୍ଚିଛନ୍ତି । ଶ୍ରୀ ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କୁ ସିଂହଦ୍ଵାର ନିକଟରେ ସାଷ୍ଟାଙ୍ଗ ପ୍ରଣିପାତ କରିଛନ୍ତି । ତେବେ ଏନେଇ ଦୟାନିଧି କହିଛନ୍ତି ଯେ, ମହାପ୍ରଭୁ ତାଙ୍କୁ ବିନା ଚପଲ ଓ ଛତାରେ ଆସିବାକୁ କହିଥିଲେ । ତେଣୁ ସେ ଏହାକୁ ମାନି ପୁରୀ ଆସିଛନ୍ତି । ଦୀର୍ଘ 15 ଦିନ ଲାଗିଥିଲା ତାଙ୍କୁ ପୁରୀ ପହଞ୍ଚିବାକୁ । ମହାପ୍ରଭୁଙ୍କୁ ଡାକି ଡାକି ସେ ବାଲେଶ୍ଵରରୁ ପୁରୀ ପହଞ୍ଚିଥିବା କହିଛନ୍ତି । ଏଥିସହ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରି ମହାପ୍ରସାଦ ପାଇଲେ ସେ କୃତାର୍ଥ ହେବେ ବୋଲି କହିଛନ୍ତି ।  

ଇଟିଭି ଭାରତ, ପୁରୀ

Last Updated : Mar 11, 2023, 12:54 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.