Watch Video: କାଲି ଅଷ୍ଟ୍ରେଲିଆ ବନାମ ପାକିସ୍ତାନ, ନେଟ ପ୍ରାକ୍ଟିସ କଲେ ଉଭୟ ଟିମ

By ETV Bharat Odisha Team

Published : Oct 19, 2023, 8:52 PM IST

thumbnail

ବେଙ୍ଗାଲୁରୁ: କ୍ରିକେଟ ମହାକୁମ୍ଭ ବିଶ୍ବକପ ୨୦୨୩ର ୧୮ତମ ଲିଗ୍‌ ମ୍ୟାଚ୍‌ ଆସନ୍ତାକାଲି (ଶୁକ୍ରବାର) ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଗୋଟିଏ ପଟେ କଙ୍ଗାରୁ ଟିମ ବିଜୟ ଅଭିଯାନ ଜାରି ରଖିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟପଟେ ପାକିସ୍ତାନ ବିଜୟ ଧାରାକୁ ଫେରିବାକୁ ଉଦ୍ୟମ କରିବ । ପାକିସ୍ତାନ ବିପକ୍ଷରେ ବ୍ୟାଟିଂ ବେଶ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ପୂର୍ବରୁ କହିସାରିଛନ୍ତି । ସେପଟେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଠାରୁ ମାତ୍‌ ଖାଇଥିବା ପାକିସ୍ତାନ ପୂର୍ବ ୨ଟି ମ୍ୟାଚ୍‌ ପରି ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ପ୍ରଶଂସକ । ଏହାପୂର୍ବରୁ ଆଜି ଚିନ୍ନାସ୍ବାମୀ ଷ୍ଟାଡିୟମରେ ଉଭୟ ଟିମ ନେଟ ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଛି । ଉଭୟଙ୍କ ଲାଗି ମ୍ୟାଚ୍‌ ଜିତିବା ବେଶ ଗୁରୁତ୍ବପୂର୍ଣ୍ଣ ରହିଥିବା ବେଳେ ଆସନ୍ତାକାଲିର ମ୍ୟାଚ୍‌କୁ ଅପେକ୍ଷା । ଦେଖନ୍ତୁ ଉଭୟ ଟିମ ନେଟ ପ୍ରାକ୍ଟିସ କରୁଥିବାର ଦୃଶ୍ୟ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.