Watch Video: ଗାଈଠାରୁ ସ୍ତନ୍ୟପାନ କରୁଛି ମଣିଷ ଛୁଆ

By

Published : Dec 20, 2022, 10:51 AM IST

Updated : Feb 3, 2023, 8:36 PM IST

thumbnail
ଅମରାବତୀ: ମମତା ବୁଝେନା ପର ଆପଣାର । ବାଛ ବିଚାର ନକରି ଛୁଆ ପାଇଁ ଅମୃତ ଝର ଝରାଏ ମାଆ । ସେଥିପାଇଁ ତ ସେ ମଣିଷ ଛୁଆ ବୋଲି ବିଚାର ନକରି କୋମଳମତି ଶିଶୁକୁ ସ୍ତନ୍ୟପାନ କରାଉଛି ଗାଈ । ଶିଶୁଟି ମଧ୍ୟ ଖୁବ୍ ଆବିଳତାର ସହ ଗୋମାତାଠାରୁ କ୍ଷୀର ପିଉଛି । ମାତୃତ୍ବର ଏହି ନିଆରା ଦୃଶ୍ୟ ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର କୁର୍ନୋଲ ଜିଲ୍ଲାରୁ । ଭିଡିଓରେ ଦେଖାଯାଉଛି, ଛୋଟି ପିଲାଟି ବନ୍ଧା ହୋଇଥିବା ଏକ ଗାଈ ପାଖରେ ଖେଳୁଛି । ବେଳେବେଳେ ଦୌଡି ଯାଇ ଗାଈ ଠାରୁ ସ୍ତନ୍ୟପାନ କରୁଛି । ଗାଈ ମଧ୍ୟ ନୀରବରେ ଛିଡା ହୋଇ ପିଲାଟି ମୁହଁରେ ଅମୃତ ଧାରା ଢାଳି ଦେଉଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.