ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ, ବିଜେପି-ବିଜେଡିର ଉଦ୍ଦେଶ୍ୟ ସମାନ କହିଲେ ବିଜୟ ପଟ୍ଟନାୟକ
🎬 Watch Now: Feature Video
କଟକ: ଭାରତରେ ଗଣତନ୍ତ୍ରକୁ ଶକ୍ତ ନିନ୍ଦା । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପରେ ରାଜନୀତି ଜୋର ଧରିଛି । ଏହାରି ଭିତରେ ବିଜେଡି ଏବଂ ବିଜେପିକୁ ନେଇ ଟିପଣୀ ଦେଇଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ବିଜେପି ଏବଂ ବିଜେଡିର ଉଦ୍ଦେଶ୍ୟ ସମାନ ରହିଥିବା ସେ କହିଛନ୍ତି ।
ସେ କହିଛନ୍ତି," ରାଜନୈତିକ ଦୃଷ୍ଟିକୋଣରରୁ ଏହା କେବେବି ଗ୍ରହଣୀୟ ନୁହେଁ । ତେବେ ଏହି ଅବିଚାର ପାଇଁ ଦେଶର 18 ଅଣ ବିଜେପି ଦଳ ରାଜ ରାସ୍ତାକୁ ଓହ୍ଲାଇ ଏହା ବିରୋଧରେ ସ୍ୱର ଉଠେଇବା ଆରମ୍ଭ କଲେଣି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଆମ ରାଜ୍ୟରେ ଶାସନରେ ଥିବା ବିଜେଡି ସରକାର ଏଯାବତ ଚୁପ ବସିଛି । ଯାହା ସ୍ପଷ୍ଟ କରୁଛି ବିଜେଡି ଓ ବିଜେପିର ଉଦ୍ଦେଶ୍ୟ ସମାନ । ଏହାକୁ ନଜର ରଖି କଂଗ୍ରେସ ଏହାର ଜବାବ ମଧ୍ୟ ଦେବ ।"
ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଲୋକେ ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ । ସେ ଆହୁରି ମଧ୍ୟ କହିଛନ୍ତି,"କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଡ଼ରୁଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କର ଦୁଇଟି ପ୍ରଶ୍ନକୁ ଭୟବିତ ହୋଇ ତାଙ୍କର ସଭ୍ୟ ପଦ ରଦ୍ଦ କରାଗଲା । ଗଣତନ୍ତ୍ର କଣ ଆଉ ଦେଶରେ ନାହିଁ । ଆଦାନୀ କମ୍ପାନିରେ ଲାଗିଥିବା 20 ହଜାର କୋଟି ଟଙ୍କା କେଉଁଠୁ ଆସିଛି ଓ ଆଦାନୀ ସହ ମୋଦିଙ୍କ ମଧ୍ୟରେ କେଉଁ ପ୍ରକାର ସମ୍ପର୍କ ରହିଛି । ତେବେ କଂଗ୍ରେସର ସ୍ୱରକୁ କେବେ ଚୁପ କରି ପାରିବେନି ମୋଦି । ସାରା ଭାରତରେ ଥିବା କଂଗ୍ରେସ କର୍ମୀ ଏବେବି ସେହି ପ୍ରଶ୍ନ ପ୍ରଧାନମନ୍ତ୍ରୀକୁ କରୁଛନ୍ତି । ଯାହାର ଉତ୍ତର ନିହାତି ଜାଣିବା ଦରକାର ।"
ଇଟିଭି ଭାରତ, କଟକ