WATCH RathaYatra2023: ରଥ ପ୍ରସ୍ତୁତ...ପଥ ପ୍ରସ୍ତୁତ - ରଥଯାତ୍ରା
🎬 Watch Now: Feature Video
ପୁରୀ: ରଥ ପଥ ଜଗନ୍ନାଥ । ରଥ ପ୍ରସ୍ତୁତ... ପଥ ପ୍ରସ୍ତୁତ । ଶ୍ରୀଜୀଉଙ୍କ ଅପେକ୍ଷାରେ ସିଂହଦ୍ବାର ସମ୍ମୁଖରେ ତିନି ରଥ । ରାତି ପାହିଲେ ଭକ୍ତଜନଙ୍କ ପାଇଁ ରତ୍ନ ସିଂହାସନରୁ ଓହ୍ଲାଇ ଆସିବେ ଦାରୁବ୍ରହ୍ମ । ବଡଦାଣ୍ଡରେ କରିବେ ଘୋଷଯାତ୍ରା । ଭାଇ ଭଉଣୀଙ୍କୁ ନେଇ ମାଉସୀ ଘରକୁ ଯିବେ କଳା ସାଆନ୍ତେ । ଶ୍ରୀଜୀଉଙ୍କ ଘୋଷଯାତ୍ରା ପ୍ରସ୍ତୁତ ଶ୍ରୀକ୍ଷେତ୍ର । ରଥଖଳାରୁ ଆସି ସିଂହଦ୍ବାର ସମ୍ମୁଖରେ ଲାଗିଛି ତିନି ରଥ । ପୋଲିସ, ଜିଲ୍ଲା ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆଜି ତିନି ରଥକୁ ସିଂହଦ୍ବାର ସମ୍ମୁଖକୁ ଟାଣିଆଣିଛନ୍ତି ଭକ୍ତ, ସେବାୟତ ଓ ପୋଲିସ । ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା, ଭିଡ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ଉପକୂଳ ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ଥଳ, ଜଳ ଆକାଶ ପଥରୁ ପୁରୀଧାମକୁ କଡା ସୁରକ୍ଷାରେ ରଖାଯାଇଛି । ଭକ୍ତଙ୍କ ଅପେକ୍ଷା ଏବେ ଆସନ୍ତାକାଲି ମଙ୍ଗଳବାରକୁ ।