Ratha Khala Halchal: ଭଉଁରୀ ତିଥି ପାଇଁ 6 ଚକ ନିର୍ମାଣ ଶେଷ, ଚାଲିଛି ଅଖ ନିର୍ମାଣ କାର୍ଯ୍ୟ - ରଥଯାତ୍ରା

🎬 Watch Now: Feature Video

thumbnail

By

Published : May 8, 2023, 4:52 PM IST

ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତଙ୍କ ଘୋଷଯାତ୍ରା । ବିଶ୍ବବ୍ରହ୍ମାଣ୍ଡଙ୍କ ବଡ ଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ବିଧି ଅନୁସାରେ ଚାଲିଛି ରଥ ନିର୍ମାଣ । ଭୋଇ କମାର ସମେତ ବିଭିନ୍ନ ସେବକ ମାନେ ପ୍ରଭୁଙ୍କ ରଥ ନିର୍ମାଣରେ ନିମଗ୍ନ । ସକାଳୁ ସଂଧ୍ୟା ଯାଏଁ ଶ୍ରୀକ୍ଷେତ୍ର ପୁରୀ ରଥଖଳା ଚଳଚଞ୍ଚଳ । ରଥ ନିର୍ମାଣ କାର୍ଯ୍ୟ ଆଜି ପନ୍ଦର ଦିନରେ ପହଞ୍ଚିଛି । ଲଭଉଁରୀ ତିଥି ପାଇଁ 6 ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଚାଲିଛି ଅଖ ନିର୍ମାଣ କାର୍ଯ୍ୟ । ମହାପ୍ରଭୁଙ୍କ ରଥ ନିର୍ମାଣର କାର୍ଯ୍ୟ ଆଜି 15 ଦିନ ରେ ପହଞ୍ଚିଛି। ଆସନ୍ତା ଶୁକ୍ରବାର ଭଉଁରି ତିଥିରେ 6 ଟି ଚକ ଓ 3 ଟି ଅଖ ଡେରା ହେବା ବିଧି ଥିବାରୁ ଏହି କାର୍ଯ୍ୟରେ ଲାଗିଛନ୍ତି ରଥ ନିର୍ମାଣକାରି ସେବକ । 6ଟି ଚକ ପ୍ରସ୍ତୁତ ହୋଇ ସାରିଥିବା ବେଳେ 3ଟି ଅଖ ପାଇଁ କାଠ ହଣା ଚାଲୁ ରହିଛି । ଗୁଜ, କୁଡ଼ୁକା ନିର୍ମାଣ ମଧ୍ୟ ଚାଲିଛି । ରଥ ନିର୍ମାଣକାରୀ ସେବକମାନେ ସବୁ ଦିନ ପରି ସକାଳ ୮ଟାରେ ରଥଖଳାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିଜନିଜ ରଥ ଚାଳିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତାଳଧ୍ବଜ ରଥର ମୋଟ ଦୁଇଟି ନାହାକା ଚକର ନିର୍ମାଣ ଶେଷ ହୋଇ ଅଛି । ଏତତ ବ୍ୟତୀତ ତାଳଧ୍ବଜ ରଥର ମୋଟ ୪ ଗୋଟି ପଡି ନାହାକା ଚକ ମଧ୍ୟରୁ ଦୁଇ ଚକର ପଇପିନ୍ଧା ପରେ ଚକ କଳଶା ପରେ ତୂମ୍ବରେ ଅଖ ବିନ୍ଧ ଖଳା କାମ ଚାଲୁଅଛି । ଆଉ ଦୁଇଟି ପଡି ନାହାକା ଚକରୁ ଗୋଟିଏ ଚକ ପାଇଁ ପଇବିନ୍ଧ ଚାଲିଥିବା ବେଳେ ଅନ୍ୟ ଚକପାଇଁ ତୂମ୍ବରେ ସିଙ୍ଗଡ଼ା ବାଡ଼ିଆ ସରି ଅର ସାଲ କାର୍ଯ୍ୟ ବା ଅରରେ ପଇ ପିନ୍ଧା ପୂର୍ବରୁ ଅର ଗୁଡିକର ବଳକା ଅଂଶ କଟାଯାଇ ସାଲ କାର୍ଯ୍ୟ ଶେଷ ହୋଇଅଛି । ଦର୍ପଦଳନ ରଥର ୪ ଗୋଟି ନାହାକା ଚକରୁ ଦୁଇଟି ନାହାକା ଚକନିର୍ମାଣ ଶେଷ ହୋଇଛି । ଅନ୍ୟ ଦୁଇ ନାହାକା ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ରକ୍ତ ଚକର କିଳା କଟା ପଇତା ପକା କାର୍ଯ୍ୟ ବାକି ରହିଛି । ଏତଦ ବ୍ୟତୀତ ଦେବୀ ରଥ ତଥା ଦର୍ପଦଳନ ରଥର ୪ ଗୋଟି ପଡି ନାହାକା ଚକରୁ ଗୋଟିଏ ପଡି ନାହାକା ଚକର ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇ ଅର ଗୁଡିକର ସାଲ କାଯ୍ୟ ପରେ ତୂମ୍ବରେ ଅଖ ବିନ୍ଧ କାର୍ଯ୍ୟ ଜାରୀ ରହଛି। ନାହାକା ଚକ ପାଇଁ ପଇ ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ସେହିପରି ନନ୍ଦିଘୋଷ ରଥର ମୋଟ ୪ଗୋଟି ନାହାକା ଚକରୁ ୨ ଗୋଟି ନାହାକା ଚକ ନିର୍ମାଣ ଶେଷ ହୋଇ ଆଉ ଦୁଇ ନାହାକା ଚକରୁ ଗୋଟିକର ପଇ କଳଶ କାଯ୍ୟ ହେଉଥିବା ବେଳେ ଅନ୍ୟ ନାହାକା ଚକର ତୂମ୍ବରେ ଅଖ ବିନ୍ଧ ଖୋଳା ଶେଷ ପର୍ଯ୍ୟାୟରେ ପହଁଚିଛି ।  

ଇଟିଭି  ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.