ବର୍ଷାରେ ଭିଜି ଜାତୀୟ ସଙ୍ଗୀତ ଗାଇଲେ ମୋଦି

By

Published : Jun 22, 2023, 11:20 AM IST

thumbnail

ୱାଶିଂଟନ: ତିନିଦିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆମେରିକା ଗସ୍ତର ଦ୍ବିତୀୟ ଦିନ । ଗତକାଲି(ବୁଧବାର) ୱାଶିଂଟନ ଡିସିରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା । ସେହି ସମୟରେ ପ୍ରବଳ ବର୍ଷା ହେଉଥିଲା । ବର୍ଷାରେ ଭିଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଜି ଜାତୀୟ ସଙ୍ଗୀତ ଗାଉଥିବା ଦେଖିବାକୁ ମିଳିଛି । ବର୍ଷା ପାଇଁ ରେନ୍‌କୋଟ୍‌ ପିନ୍ଧିଥିଲେ ମାତ୍ର ମୁଣ୍ଡରେ ରେନ୍‌କୋଟ୍‌ ନଥିଲା ବର୍ଷାରେ ଭିଜି ଜାତୀୟ ସଙ୍ଗୀତ ଜନ ଗଣ ମନ ଅଧିନାୟକ ସଙ୍ଗୀତ ଗାନ କରୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମୋଦିଙ୍କୁ ହ୍ବାଇଟ ହାଉସରେ ଭବ୍ୟ ସ୍ବାଗତ କରିଥିଲେ ବାଇଡେନ ଦମ୍ପିତ । ଏହାପରେ ଉଭୟ ରାଷ୍ଟ୍ରମୁଖ୍ୟ ପରସ୍ପରକୁ ଉପହାର ଦିଆନିଆ ହୋଇଥିଲେ । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନଙ୍କ ପତ୍ନୀଙ୍କୁ ଏକ ଗ୍ରୀନ ଡାଇମଣ୍ଡ ଉପହାର ଦେଇଛନ୍ତି । ଏହା ସହ ଗୁଜୁରାଟ ଲୁଣ, ପଞ୍ଜାବ ଘିଅ ଓ ମହାରାଷ୍ଟ୍ର ଗୁଡ଼ ବାଇଡେନଙ୍କୁ ଉପହାର ଆକାରରେ ଦେଇଛନ୍ତି ମୋଦି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.