thumbnail

By

Published : May 23, 2023, 2:14 PM IST

ETV Bharat / Videos

ରାସ୍ତା ଉପରେ ଜଳିଗଲା କାର, କାର ଚାଳକ ସହ ଯାତ୍ରୀ ସୁରକ୍ଷିତ

କେନ୍ଦୁଝର: ଜିଲ୍ଲା କାଞ୍ଜିପାଣି ଥାନା ସମ୍ମୁଖରେ ଜଳିଗଲା କାର । ତେଲକୋଇ ବାରବାଙ୍କ ଘାଟି ଚଢି ୪୯ ନମ୍ବର ଜାତୀୟ ରାଜପଥକୁ ଯାଉଥିବା ବେଳେ ହଠାତ୍ କାରରେ ନିଆଁ ଲାଗିଯାଇଥିଲା  । କାରରେ ଥିବା ଦୁଇଜଣ ଯାତ୍ରୀ ଓ ଚାଳକ ସୁରକ୍ଷିତ ଥିବା ସୂଚନା । ସେପଟେ  ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ, ଅନୁଗୋଳରୁ ଏକ OD19E4444 ଡସ୍ଟର କାର କେନ୍ଦୁଝର ଅଭିମୁଖେ ଆସୁଥିଲା । କାଞ୍ଜିପାଣି ଥାନା ନିକଟରେ ରାସ୍ତା କଡ଼ରେ ଗାଡି ରଖି କାର ମାଲିକ କିଛି କିଣୁଥିବା ବେଳେ ହଠାତ କାରଟି ହୁତୁ ହୁତୁ ହୋଇ ଜଳି ଉଠିଥିଲା । ଏହାଦେଖି ଗାଡିକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ମାଲିକ । ଏନେଇ ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ହେଲେ  କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ ସଟ୍‌ସର୍କିଟ ଯୋଗୁଁ କାରଟି ଜଳିଯାଇଥିବା ନେଇ ସନ୍ଦେହ କରାଯାଉଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.