ସାମୂହିକ ଛୁଟିରେ ଗଲେ 32ଟି କାର୍ଯ୍ୟାଳୟର କର୍ମଚାରୀ, ସରକାରୀ କାମ ଠପ୍ - ସମୂହ ଛୁଟିରେ ଗଲେ ଅମଲା

🎬 Watch Now: Feature Video

thumbnail

By

Published : Jun 1, 2023, 5:39 PM IST

ବଲାଙ୍ଗୀର: ଓଡ଼ିଶାରେ କାର୍ଯ୍ୟରତ ଜିଲ୍ଲା ସ୍ତରୀୟ ଅମଲାମାନଙ୍କ ଦାବି ପୂରଣ କରିବାରେ ଉଦାସୀନତା ମନଭାବ ପୋଷଣ କଲେ ସରକାର। ଯାହାର ପ୍ରତିବାଦରେ ଆଜି ଠାରୁ ବଲାଙ୍ଗୀର ଜିଲ୍ଲାର 32ଟି କାର୍ଯ୍ୟାଳୟର କର୍ମଚାରୀମାନେ ସମୂହ ଛୁଟିରେ ଯାଇଛନ୍ତି । ତେବେ ପ୍ରଥମେ କଳାବ୍ୟାଚ୍ ପରିଧାନ ପରେ ଆଜି ସମସ୍ତେ ସାମୁହିକ ଛୁଟିରେ ଯାଇ ଧାରଣା ଦେଇଛିନ୍ତି । ଯାହା ଫଳରେ ସବୁ ସରକାରୀ କାର୍ଯ୍ୟାଳୟରେ କାମ ଠପ ହୋଇଛି ।
ଦୀର୍ଘ ଦିନ ହେବ ବିଭିନ୍ନ ଦାବି ନେଇ ଅମଳା ସଂଘ ସାରା ରାଜ୍ୟରେ ଆନ୍ଦୋଳନ କରୁଛନ୍ତି ।  ଏଥିରେ ପୂର୍ଣ୍ଣ ସମର୍ଥନ ଦେଇ ବଲାଙ୍ଗୀର ମିଳିତ ଅମଳା ମଞ୍ଚ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛି । ବଲାଂଗୀର ଜିଲ୍ଲା ଅମଳା ମିଳିତ ମଞ୍ଚ ଅଧ୍ୟକ୍ଷ୍ୟ ବିରେନ ବଂଛୋର କହିଛନ୍ତି,"କନିଷ୍ଠ ସହାୟକଙ୍କ ମୂଳ ଦରମା ୪୨୦୦ଟଙ୍କା ଗ୍ରେଡ୍‌କୁ ବୃଦ୍ଧି କରାଯାଉ । ଜିଲ୍ଲା ସ୍ତରୀୟ କନିଷ୍ଠ ଅମଲାମାନଙ୍କର ମୂଳ ଦରମା ୯୩୦୦ ସହିତ ଗ୍ରେଡପେ ୪୨୦୦ ଓ ଲେବେଲ ୯ ଅନୁଯାୟୀ ଦରମା ବୃଦ୍ଧି କରାଯାଉ । ଏହାକୁ ନେଇ ଜନ ସାଧାରଣଙ୍କ ସହଯୋଗ ଲୋଡିଛି ଅମଲା ସଂଘ ।’’

ଇଟିଭି ଭାରତ, ବଲାଙ୍ଗୀର
 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.