ସମ୍ବଲପୁର ହିଂସାକୁ ନେଇ ବୌଦ୍ଧରେ ତାତି, ଉଚ୍ଚ ସ୍ତରୀୟ ତଦନ୍ତ ଦାବି

By

Published : Apr 24, 2023, 3:41 PM IST

thumbnail

ବୌଦ୍ଧ: ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାକାଣ୍ଡ ଘଟଣାକୁ ନେଇ ବୌଦ୍ଧରେ ତାତି ।  ଜିଲ୍ଲାର ତିନୋଟି ବ୍ଲକରେ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ହିନ୍ଦୁ ସମାଜ । ଗତ ୧୨ ତାରିଖରେ ଓ 14 ତାରିଖରେ ସମ୍ବଲପୁର ଠାରେ ଘଟିଥିବା ହିଂସାକାଣ୍ଡ ପ୍ରତିବାଦରେ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହିଂସାକାଣ୍ଡର ପୂର୍ବାଭାସ ଥାଇ ମଧ୍ୟ ପ୍ରଶାସନ ଓ ପୋଲିସ ତଥା ଗୁଇନ୍ଦା ବିଭାଗ ଫେଲ ମାରିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସମ୍ବଲପୁର ହିଂସାକାଣ୍ଡର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତା ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏନେଇ ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଥିବା ସମାଜ ପକ୍ଷରୁ ଦାବି କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.