thumbnail

By

Published : Jun 5, 2023, 4:03 PM IST

ETV Bharat / Videos

ବାଲେଶ୍ୱରରେ ଟ୍ରେନ୍ ଦୁର୍ଘଟଣା, ଅନୁଗୋଳରେ ରକ୍ତଭଣ୍ଡାରରେ ରକ୍ତଦାତାଙ୍କ ଭିଡ

ଅନୁଗୋଳ: କରମଣ୍ଡଳ ଟ୍ରେନ ଟ୍ରେଜେଡ଼ି ଆହାତଙ୍କ ଚିକିତ୍ସା ପାଇଁ ସବୁଠାରୁ ଆସୁଛି ସହାୟତା। ଯିଏ ଯେଉଁଟି ଯେମିତି ପାରିଲା ସହାୟତାର ହାତ ବଢ଼ାଉଛନ୍ତି। ଟ୍ରେନ ଦୁର୍ଘଟଣାରେ ଆହାତଙ୍କ ଚିକିତ୍ସା ପାଇଁ ଅନୁଗୋଳରେ ସଂଗ୍ରହ ହୋଇଛି 500 ୟୁନିଟରୁ ଅଧିକ ରକ୍ତ । ସବୁ ବର୍ଗର ଲୋକେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ବାଲେଶ୍ୱର ମହାନଗା ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଯାଇଛି। ଏବେବି ହଜାର ହଜାର ଲୋକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତେଣୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତମାନଙ୍କ ଜୀବନ ରକ୍ଷା ପାଇଁ ସବୁଆଡୁ ସହାୟତାର ସୁଅ ଛୁଟୁଛି। ଏହି ଅବସରରେ ଗତ ୩ଦିନ ହେଲା ଅନୁଗୋଳ ର ସ୍ବେଚ୍ଛାସେବୀମାନେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରିଛନ୍ତି। ରକ୍ତ ଦାନ କରିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ପ୍ରଥମ ଦିନରେ ୨୦୦ ଏବଂ ଦ୍ଵିତୀୟ ଦିନରେ ୨୯୬ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଆଜି ମଧ୍ୟ ସକାଳୁ ସକାଳୁ ରକ୍ତ ଦେବାକୁ ଲୋକେ ଲମ୍ବା ଲାଇନ ଲଗାଇଛନ୍ତି। ଏଥରୁ ସ୍ପଷ୍ଟ ଜଣା ପଡୁଛି ଆଜି ମଧ୍ୟ ଲୋକଙ୍କ ମଧ୍ୟରେ ମାନବିକତା ରହିଛି। ବିପଦ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଲୋକେ ଆଗଭର ହେଉଛନ୍ତି। 

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.