thumbnail

By

Published : May 5, 2023, 5:38 PM IST

ETV Bharat / Videos

କୁନିକୁନି ପିଲାଙ୍କ କଳାର ହେବ ବିକାଶ, ବାଲେଶ୍ବରରେ ଆରମ୍ଭ ହେଲା ସମର କ୍ୟାମ୍ପ

ବାଲେଶ୍ବର: ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସରକାର ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରିଛନ୍ତି। ଏହି ଛୁଟି ସମୟକୁ ସଦଉପଯୋଗ କରିବା ପାଇଁ ଆରମ୍ଭ ହୋଇଛି କୁନିକୁନି ପିଲାଙ୍କ ପାଇଁ ସମର କ୍ୟାମ୍ପ । ଯେଉଁଥିରେ କୁନିକୁନି ପିଲାମାନଙ୍କୁ ନେଇ ସେମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ଦିଗରେ କାର୍ଯ୍ୟ କରାଯାଉଛି । ସେହିପରି ବାଲେଶ୍ଵର ସହରର ବିକେ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଏବେ ସ୍କୁଲଛୁଟି ଥିବାରୁ ପିଲାମାନଙ୍କୁ ନେଇ ଏକ 15 ଦିନିଆ ଶିବିର ଅନୁଷ୍ଠିତ ହେଉଛି । ଯାହାର ଆଜି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି  । ଏହି ଉଦଘାଟନୀ ଉତ୍ସବରେ ସମାଜସେବୀ ତଥା ନାରୀନେତ୍ରୀ ସୁବାସିନୀ ଜେନା ଯୋଗଦେଇ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିପରି ଏହି ଶିବିର 5 ତାରିଖରୁ 19 ତାରିଖ ଯାଏଁ ଚାଲିବ। ଯେଉଁଥିରେ ପିଲାମାନେ ନାଚ, ଗୀତ ସାଙ୍ଗକୁ ଚିତ୍ରାଙ୍କନ, ରାମ୍ପ୍‌ ସୋ, ଫଟୋଗ୍ରାଫି, ଚାରୁ ଓ କାରୁକଳା, ପହଁରା, କୁଇଜ, ଆଙ୍କରିଂ, ଟ୍ୟାଲେଣ୍ଟ୍‌ ସୋ' ଆଦି ଶିକ୍ଷା ପ୍ରଦାନ କରାଯାଉଛି । ପ୍ରଥମ ଦିନରେ ଚିତ୍ରାଙ୍କନ ଓ ଡ୍ୟାନ୍ସ  ଶିକ୍ଷା ପ୍ରଦାନ କରାଯାଇଥିଲା । ଏହି ଶିବିରରେ 50ରୁ ଊର୍ଦ୍ଧ୍ଵ ପିଲାମାନେ ଯୋଗ ଦେଇ କଳାର ବିକାଶ ଦିଗରେ ଶିକ୍ଷା ଗ୍ରହଣ କରୁଛନ୍ତି । 

ଇଟିଭି ଭରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.