5T ସଚିବଙ୍କ ଗଞ୍ଜାମ ଗସ୍ତ; ହେଲିକପ୍ଟରରେ ଫେରିବା ବେଳେ କଳାପତକା ପ୍ରଦର୍ଶନ ସହିତ ଅଣ୍ଡାମାଡ ! ଭିଡିଓ ଭାଇରାଲ

By ETV Bharat Odisha Team

Published : Aug 25, 2023, 10:23 PM IST

Updated : Aug 25, 2023, 10:55 PM IST

thumbnail

ବ୍ରହ୍ମପୁର: ୫T ସଚିବ ଭି.କେ ପାଣ୍ଡିଆନଙ୍କ ଗଞ୍ଜାମ ଜିଲ୍ଲା ଗୋପାଳପୁର ଗସ୍ତ ବେଳେ ହାଇଡ୍ରାମା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ସାରି ଫେରିବା ବେଳେ ମଧ୍ୟ ବିରୋଧୀ ତାଙ୍କ ପିଛା ଛାଡ଼ି ନଥିଲେ । ଗୋପାଳପୁର ନିର୍ବାଚନମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକର କନିଷି ଠାରେ ଆୟୋଜିତ ହୋଇଥିବା ଜନଶୁଣାଣି କାର୍ଯ୍ୟକ୍ରମ ଶେଷ କରି ପାଣ୍ଡିଆନ ଫେରୁଥିବା ବେଳେ ହେଲିକପ୍ଟରକୁ ଲକ୍ଷ୍ୟ କରି ବିଜେପି କର୍ମୀ କଳାପତକା ପ୍ରଦର୍ଶନ କରିବା ସହ ଅଣ୍ଡାମାଡ଼ କରିଛନ୍ତି । ଆମ୍ୱପୁଆ କାର୍ଯ୍ୟକ୍ରମ ଶେଷ କରିବା ପରେ ୫T ସଚିବ କାର ଯୋଗେ କନିଷି ସ୍ଥିତ ବୃନ୍ଦାବନ ବିଦ୍ୟାପୀଠକୁ ଯାଇ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହେଲେ ଫେରିବା ବେଳେ ହେଲିକପ୍ଟର ଉଡିବା ଆରମ୍ଭ ହେବା ସମୟରେ ହଠାତ ଏକ ଛାତ ଉପରେ କେତେକ ବିଜେପି କର୍ମୀ ଆସି ବିରୋଧି ନାରା ଦେଇଥିଲେ । ଏହାପରେ ପୋଲିସ କର୍ମଚାରୀମାନେ ବିଜେପି କର୍ମୀଙ୍କୁ କାବୁ କରିଥିବା ଜଣାପଡ଼ିଛି । 

ଇଟିଭି ଭାରତ, ବ୍ରହ୍ମପୁର 

Last Updated : Aug 25, 2023, 10:55 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.