ମଦ ଟଙ୍କା ଜବତ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପିର ଆନ୍ଦୋଳନ

By ETV Bharat Odisha Team

Published : Dec 11, 2023, 10:42 PM IST

thumbnail

ଅନୁଗୋଳ: ମଦ ବ୍ୟବସାୟୀଙ୍କ ଘରୁ ଟଙ୍କା ମିଳିବା ଘଟଣା । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପିର ଆନ୍ଦୋଳନ । ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦଳର ବିକ୍ଷୋଭ । ତେବେ ରାଜ୍ୟରେ ଜଣେ ମଦ ବ୍ୟବସାୟୀଙ୍କ ପାଖରୁ ପ୍ରାୟ ୫୦୦ କୋଟି ଟଙ୍କା ବାହାରିବା ଘଟଣାରେ ରାଜ୍ୟ ସରକାରଙ୍କ ହାତ ଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଆଜି ସମସ୍ତ ନିର୍ବାଚନ ମଣ୍ଡଳୀରେ ଧାରଣା ଦିଆଯାଇଥିଲା । ଜିଲ୍ଲାର ଅନୁଗୋଳ, ଛେଣ୍ଡିପଦା, ପାଲ ଲହଡା, ଆଠମଲ୍ଲିକ ଓ ତାଳଚେର ବିଧାନସଭା ମଣ୍ଡଳୀରେ ବରିଷ୍ଠ ଦଳୀୟ ନେତାମାନଙ୍କ ନେତୃତ୍ୱରେ ସକାଳ ୧୦ ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ଧାରଣା ଓ ପ୍ରତିବାଦ ସଭା ଚାଲିଥିଲା । ଜଣେ ମଦ ବ୍ୟବସାୟୀ ଏତେ ଟଙ୍କା ନିଜ ପାଖରେ ରଖିଥିଲେ । ବହୁ ଦିନରୁ ତାଙ୍କ ପାଖରେ ଏହି ଟଙ୍କା ଥିଲା । ହେଲେ ସରକାର କେମିତି ଜାଣି ପାରୁ ନଥିଲେ ବୋଲି ବିଜେପି ପ୍ରଶ୍ନ କରିବା ସହ ଏଥିରେ ସମ୍ପୃକ୍ତ ଥିବା ସମସ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ଦାବି କରିଛି ।

ଏହା ମଧ୍ୟ ପଢ଼ନ୍ତୁ....ଆଇଟି ରେଡ: ଆୟକର ଫାଙ୍କିବା ମାମଲାରେ କଂଗ୍ରେସ ଓ ବିଜେଡି ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା ବିଜେପି

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.