ପାଚେରୀ ଡେଇଁ ଘରେ ପଶିଲା ଭାଲୁପଲ, ସିସିଟିଭିରେ କଏଦ ଦୃଶ୍ୟ - ପାଚେରୀ ଡେଇଁ ଘରେ ପସିଲେ ଭାଲୁ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/14-12-2023/640-480-20263387-thumbnail-16x9-bsfn.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 14, 2023, 10:29 AM IST
|Updated : Dec 14, 2023, 10:40 AM IST
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମ୍ ଭି ୭ ନମ୍ବର ଗ୍ରାମରେ ଭାଲୁ ଆତଙ୍କ। ମଧ୍ୟ ରାତିରେ ଭାଲୁ ଲୋକଙ୍କ ଘରେ ପଶି ବିଭିନ୍ନ ଆସବାପତ୍ର ନଷ୍ଟ କରୁଥିବା ବେଳେ ଏହାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି। ଯାହା ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି । ସୂଚନା ମୁତାବକ, ଏମଭି ୭ ନମ୍ବର ଗ୍ରାମର ଅରୁଣ ଦେୱନ ନାମକ ବ୍ୟକ୍ତିଙ୍କ ଘର ମୁଖ୍ୟ ଫାଟକ ପାଖ ପାଚେରୀ ଡେଇଁ ୩ଟି ଭାଲୁ ଘରକୁ ପଶିଥିଲେ । ଆଉ ଏହା ଘର ସାମ୍ନାରେ ଥିବା ସିସିଟିଭିରେ ରେକର୍ଡ ହୋଇଛି । ଯାହାକୁ ନେଇ ଏମଭି ୭ ନମ୍ବର ଗାଁ ଓ ଆଖପାଖ ଅଞ୍ଚଳରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି। ତେବେ ନିକଟରେ ଥିବା ଜଙ୍ଗଲ ନଷ୍ଟ ହେବା ପରେ ବନ୍ୟପ୍ରାଣୀ ଗାଁ ମୁହାଁ ହେଉଥିବା ସାଧାରଣରେ ଚର୍ଚ୍ଚା ହୋଉଛି ।
ଏହା ମଧ୍ୟ ପଢନ୍ତୁ- ରାତି ହେଲେ ଘରେ ପଶୁଛି ଭାଲୁ, ଲୋକେ ଭୟଭୀତ
ଇଟିଭି ଭାରତ, ମାଲକାନଗିରି