ବିନା ପ୍ରଶିକ୍ଷଣରେ ପ୍ରତିଭା ହେଉଛି ବିକଶିତ, ସୁଯୋଗକୁ ଅପେକ୍ଷା - ସୁଯୋଗ ଅପେକ୍ଷାରେ ବୈଷ୍ଣବୀ
🎬 Watch Now: Feature Video
Published : Oct 13, 2023, 8:53 PM IST
ବାଲେଶ୍ୱର: ଗାଁ ଗହଳିରେ ଏବେବି ଅନେକ ପ୍ରତିଭା ପ୍ରସ୍ଫୁଟିତ ହେବା ପାଇଁ ସୁଯୋଗକୁ ଅପେକ୍ଷା କରିଛନ୍ତି । ଅନେକ ପ୍ରତିଭା ସୁଯୋଗ ଅଭବାରୁ ସେମିତି ଅଫୁଟା ହୋଇ ଦୃଷ୍ଟି ଆଢୁଆଳରେ ରହି ଯାଉଛନ୍ତି । ସେମିତି ଜଣେ ଅଫୁଟା ପ୍ରତିଭା ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବୈଷ୍ଣବୀ ମଲ୍ଲିକ । ପିଲାଦିନରୁ ବୈଷ୍ଣବୀଙ୍କ ଚିତ୍ରକଳା ପ୍ରତି ଆଗ୍ରହ ଥିବାବେଳେ ଏଥିପାଇଁ ସେ ଏକ ଉତ୍ତମ ପ୍ରଶିକ୍ଷଣ ପାଇଁ ସୁଯୋଗ ପାଇ ପାରିନାହାନ୍ତି । ସେହିପରି ଇଂରାଜୀରେ ଭଲ ବକ୍ତୃତା ଦେଉଥିବା ବୈଷ୍ଣବୀ ନିଜର ପ୍ରତିଭା ବିକିରଣ କିମ୍ବା ମାର୍ଜିତ କରିବା ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ମିଳିନାହିଁ ।
ସୂଚନା ଅନୁଯାଇ ବୈଷ୍ଣବୀଙ୍କ ଘର ହେଉଛି ବାଲେଶ୍ୱର ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳର ତାଙ୍କ ବାପାଙ୍କ ନାମ କମଳାକାନ୍ତ ମଲ୍ଲିକ ଏବଂ ମାଆଙ୍କ ନାମ କୃଷ୍ନାକୁମାରୀ ମଲ୍ଲିକ । କମଳାକାନ୍ତ ଏକ ଘରୋଇ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ଏହାରି ଭିତରେ ବୈଷ୍ଣବୀଙ୍କର ପିଲାଟି ଦିନରୁ ଚିତ୍ରକଳା ଓ ବକ୍ତୃତା ପ୍ରତି ଦୁର୍ବଳତା ପ୍ରକାଶ ପାଇଥିଲା । ହେଲେ ଉପଯୁକ୍ତ ଶିକ୍ଷା ଏବଂ ସୁଯୋଗର ଅଭାବ ଯୋଗୁ ବୈଷ୍ଣବୀ ନିଜେ ନିଜେ ଅନଲାଇନ ଜରିଆରେ ଚିତ୍ର ଦେଖି ଆଙ୍କିବାକୁ ଲାଗିଥିଲେ । ଧୀରେଧୀରେ ସେ ଚିତ୍ର ଆଙ୍କିବାରେ ପାରଙ୍ଗମ ହୋଇ ଯାଇଥିଲେ । ଘର ସାରା ଖାଲି ବୈଷ୍ଣବୀଙ୍କ ହାତରେ ଅଙ୍କା ଯାଇଥିବା ଚିତ୍ର ଦ୍ୱାରା ସାଜସଜ୍ଜା ହୋଇଛି ।
ଏହା ମଧ୍ୟ ପଢନ୍ତୁ....ଶ୍ରୀମନ୍ଦିର ଗଲେ କେଉଁଭଳି ପୋଷାକ ପିନ୍ଧିବେ ଭକ୍ତ ? ଜାରି ହେଲା ମାର୍ଗଦର୍ଶିକା
ଅନ୍ୟପଟେ ବୈଷ୍ଣବୀଙ୍କ ବକ୍ତୃତା ପ୍ରତି ଦୁର୍ବଳତା ଥିବାରୁ ସେ ସବୁବେଳେ ବହି ପଢିବକୁ ଭଲପାଆନ୍ତି ଏବଂ ଅତି ସୁନ୍ଦର ଭାବେ ସେ ଇଂରାଜୀ ଭାଷାରେ ବକ୍ତୃତା ଦେଇ ପାରୁଛନ୍ତି । ଚିତ୍ର ଅଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତାରେ ବୈଷ୍ଣବୀ ଅନେକ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି । ଆଗାମୀ ଦିନରେ ବୈଷ୍ଣବୀ ଜଣେ ଆଇଏଏସ ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି ।
ଇଟିଭି ଭାରତ,ବାଲେଶ୍ୱର