Odisha Train Mishap: ବାଲେଶ୍ବର ମେଡିକାଲରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି
🎬 Watch Now: Feature Video
ବାଲେଶ୍ବର: ଭୟଙ୍କର ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁର୍ଘଟଣା,ଉଦ୍ଧାର ଓ ଚିକିତ୍ସା ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ବାଲେଶ୍ବର ଡାକ୍ତରଖାନା ଗସ୍ତ କରି ଆହତଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଜଣ ଜଣ କରି ସମସ୍ତ ଆହତଙ୍କୁ ଭେଟି ସେମାନଙ୍କୁ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ବାହାନଗା ଟ୍ରେନ ଦୁର୍ଘଟଣା ନେଇ ଭାବବିହ୍ବଳ ହୋଇଥିଲେ ପ୍ରଧାନମନ୍ତ୍ରୀ ।
ସେଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଏହା ବିରାଟ କ୍ଷତି । ଯନ୍ତ୍ରଣାଦାୟକ ଦୁର୍ଘଟଣା । ଏହା ମୋ ମନକୁ ଆନ୍ଦୋଳିତ କରୁଛି । ଆହତଙ୍କୁ ଭେଟିଲି । ଏହି ବେଦନା ପ୍ରକାଶ କରିବାକୁ ମୋ ପାଖରେ ଶଦ୍ଦ ନାହିଁ । ଓଡିଶା ସରକାର ଓ ପ୍ରଶାସନଙ୍କୁ ଧନ୍ୟବାଦ । ସ୍ଥାନୀୟ ଯୁବକ ଓ ଲୋକଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଜଲଦି ହୋଇଥିଲା । ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୋଷୀଙ୍କୁ କଠୋରୁ କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।''