Avalanche in Kedarnath: କେଦାରନାଥ ମନ୍ଦିର ନିକଟରେ ଧସିଲା ବରଫଖଣ୍ଡ - ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ
🎬 Watch Now: Feature Video

ଡେରାଡୁନ: ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ କେଦାରନାଥ ମନ୍ଦିର ନିକଟରେ ଧସିଲା ବରଫଖଣ୍ଡ । ଏହି ହିମସ୍ଖଳନ କେଦାରନାଥ ମନ୍ଦିରଠାରୁ ପ୍ରାୟ ୩ରୁ ୪ କିମି ଦୂର ବୋଲି ଜଣାପଡ଼ିଛି । ତେବେ ଏହି ହିମସ୍ଖଳନରେ ମନ୍ଦିର କିମ୍ବା କୌଣସି ବ୍ୟକ୍ତିଙ୍କ କ୍ଷତି ହୋଇନାହିଁ । ହେଲେ ଯେତେବେଳେ ଏହି ହିମସ୍ଖଳନ ହୋଇଥିଲା, ସେଠାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ସେମାନେ ଭୟଭୀତ ହୋଇପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ମାତ୍ର ବଡ଼ ଧରଣର ହିମସ୍ଖଳନ ନଥିଲା । ଗତବର୍ଷ ମଧ୍ୟ ଏହି ସମୟର ମନ୍ଦିର ନିକଟରେ ହିମସ୍ଖଳନ ହୋଇଥିଲା । ଚଳିତ ବର୍ଷ ଏପ୍ରିଲ ମାସରେ ମଧ୍ୟ ମନ୍ଦିର ନିକଟ ପାହାଡ ଉପରୁ ବରଫ ଖଣ୍ଡ ଧସିଥିବା ଦେଖିବାକୁ ମିଳିଥିଲା । ସୂଚନା ଥାଉ କି ଚଳିତ ବର୍ଷ କେଦାରନାଥ ଧାମ ନିକଟରେ ପାଣିପାଗ ଅନୁକୂଳ ନାହିଁ । ଧାମ ନିକଟରେ ଏବେ ବି ଲଗାତାର ବରଫପାତ ହେଉଛି । ସେପଟେ ନିମ୍ନଭାଗରେ ବର୍ଷା ହେଉଛି । ଗତବର୍ଷ ମେ' ମାସରେ କେଦାରନାଥ ଧାମ ଯାତ୍ରାର ରାସ୍ତାରେ ଗ୍ଲେସିଅର ଭାଙ୍ଗିଥିବା ଖବର ଆସିଥିଲା । ଫଳରେ ଯାତ୍ରା ପ୍ରଭାବିତ ହୋଇଥିଲା ।