IMA Passing Out Parade 2023: ସେନାକୁ ମିଳିଲା 331 ବୀର ଯୋଦ୍ଧା

By

Published : Jun 10, 2023, 12:58 PM IST

thumbnail

ଡେରାଡୁନ: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଆଇଏମଏର ପାସିଂ ଆଉଟ ପରେଡ୍ ଅନୁଷ୍ଠିତ ହୋଇଯାଇଛି । ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ପରେଡ ଅଭିବାଦନ ଗ୍ରହଣ କରିଥିବା ବେଳେ ଲେଫ୍ଟନାଣ୍ଟ ଜେନେରାଲ ବି.କେ ମିଶ୍ର ମଧ୍ୟ ପାସିଂ ଆଉଟ ପରେଡରେ ସାମିଲ ହୋଇଥିଲେ । ଆଜି ଭାରତୀୟ ସେନାରେ 331 ଯୁବ ଅଫିସର ସାମିଲ ହୋଇଛନ୍ତି । 7ଟି ଦେଶର 42 କ୍ୟାଡେଟ ମଧ୍ୟ ଭାରତୀୟ ସୈନ୍ୟ ଏକାଡେମୀ ଡେରାଡୁନରେ ତାଲିମ ନେବା ପରେ ନିଜ ନିଜ ଦେଶର ସେନାରେ ସାମିଲ ହେବାକୁ ଯାଉଛନ୍ତି । ଚଳିତ ବର୍ଷ ପରେଡ୍ ପରେ ପରେ ମୋଟ 331 କ୍ୟାଡେଟ୍ ଭାରତୀୟ ସେନାରେ ଯୋଗ ଦେବେ । ଏଥର ସର୍ବାଧିକ ସଂଖ୍ୟକ କ୍ୟାଡେଟ ଉତ୍ତରପ୍ରଦେଶର ରହିଛନ୍ତି । ଉତ୍ତରପ୍ରଦେଶର 63 ଓ ଉତ୍ତରାଖଣ୍ଡର 25 ଜଣ କ୍ୟାଡେଟ ଭାରତୀୟ ସେନାରେ ସାମିଲ ହେବେ । ଭାରତୀୟ ସୈନ୍ୟ ଏକାଡେମୀ ଡେରାଡୁନରେ କ୍ୟାଡେଟଙ୍କୁ ଦେଶ ସେବା ପାଇଁ ତାଲିମ ଦିଆଯାଇଥାଏ । ଶାରୀରିକ ଓ ମାନସିକ ସ୍ତରରେ ମଧ୍ୟ ତାଲିମ ପ୍ରଦାନ କରାଯାଥାଏ ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.