ଯୁବତୀଙ୍କ ପଶୁ ପ୍ରେମ, ବାଛୁରୀକୁ କାର୍‌ରେ ବସାଇ ରାଜଧାନୀ ବୁଲାଇଲେ - ବାଛୁରୀକୁ କାର୍‌ରେ ବସାଇ ବୁଲାଇଲେ ଯୁବତୀ

🎬 Watch Now: Feature Video

thumbnail

By

Published : Nov 2, 2022, 7:58 PM IST

Updated : Feb 3, 2023, 8:31 PM IST

ଭୁବନେଶ୍ବର: ଦୁଇ ବାଛୁରୀଙ୍କୁ କାରରେ ବସାଇ ରାଜଧାନୀ ବୁଲାଇଲେ ଭୁବନେଶ୍ବରର ଜଣେ ଯୁବତୀ । ସେ ହେଉଛନ୍ତି ଭୁବନେଶ୍ବର ପଟିଆ ଅଞ୍ଚଳର ପଶୁପ୍ରେମୀ ଦିବ୍ୟା । ବୁଧବାର ଦିବ୍ୟା ନିଜ କାରରେ ଦୁଇ ବାଛୁରୀଙ୍କୁ ବସାଇ ସହର ବୁଲାଉଥିବା ଦେଖିବାକୁ ମିଳିଥିଲା । ଦିବ୍ୟାଙ୍କ ମତରେ ଶୁଣି ପାରିଲେ ସମସ୍ତେ କଥା କୁହନ୍ତି । ସେ ଗାଈ, କୁକୁର ଯେଉଁମାନେ ଦୁର୍ଘଟଣାରେ ଆହତ ହେଉଛନ୍ତି କିମ୍ବା ମୃତ୍ୟୁ ହେଉଛି ସେମାନଙ୍କୁ ଉଦ୍ଧାର କରି ସେମାନଙ୍କ ଅନ୍ତିମ ସଂସ୍କାର ତଥା ଚିକିତ୍ସା କରାଇବାକୁ ଅପିଲ୍‌ କରିଛନ୍ତି । ଦିବ୍ୟା ଅନେକ କୁକୁର ଓ ବିଲେଇଙ୍କୁ ଉଦ୍ଧାର କରି ନିଜ ପାଖରେ ରଖିଛନ୍ତି । ମାସିକ ସେମାନଙ୍କ ପାଇଁ ୩ରୁ ୪ ହଜାର ଟଙ୍କା ଖର୍ଚ୍ଚ କରନ୍ତି । ଭବିଷ୍ୟତରେ ସେ ବୁଲା ପଶୁଙ୍କୁ ଉଦ୍ଧାର କରିବାକୁ ଏକ ଟିମ୍‌ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ପ୍ରଥମେ ସେ ଜଣେ ଭଲ ପଶୁ ଡାକ୍ତରଙ୍କ ସନ୍ଧାନରେ ରହିଛନ୍ତି । ଦିବ୍ୟା କହିଛନ୍ତି ଏଭଳି ଟିମ ପାଇଁ ତାଙ୍କ ପାଖରେ ପାଣ୍ଠିର କୌଣସି ଅସୁବିଧା ନାହିଁ ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.