ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ, ମଙ୍ଗଳମୟ ହେବ ଦିନ - ତାରିଣୀ ଆଳତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/07-01-2024/640-480-20448491-thumbnail-16x9-alati.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 7, 2024, 6:27 AM IST
Maa Tarini Alati: କେନ୍ଦୁଝର: ଘଟଗାଁ ରାଣୀ ମାଆ ତାରିଣୀ । କରୁଣାମୟୀ ମମତାମୟୀ ମାଆ । ସକକ ପ୍ରାଣୀର ଦୁଃଖ ହାରିଣୀ ମାଆ ତାରିଣୀ । କେନ୍ଦୁଝର ଜିଲ୍ଲା ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ । ମାଆଙ୍କ ପ୍ରିୟ ନଡ଼ିଆ ବୋଲି ତାଙ୍କୁ ନଡ଼ିଆ ରାଣୀ ବି କହନ୍ତି । ଭକ୍ତର ମାଆ ତାରିଣୀ ମାଆ । ତାଙ୍କର ଦର୍ଶନ ଲାଭ ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ଧାଇଁ ଆସିଥାନ୍ତି ଘଟଗାଁ ପୀଠକୁ । ମାଆଙ୍କ ଦର୍ଶନ କରି କୃପା ଲାଭ କରନ୍ତି । ପ୍ରତିଦିନ ପ୍ରଭାତରୁ ମାଆ ତାରିଣୀଙ୍କ ଆଳତୀ କରାଯାଏ । ଏହି ଦିବ୍ୟ ଆଳତୀ ଦର୍ଶନ କଲେ ସବୁ ଦୁଃଖ ଦୂର ହୋଇ ଅପାର କରୁଣା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି । ସବୁଦିନ ଭଳି ଆଜି ପ୍ରତ୍ୟୁଷରୁ ପୂଜାପଣ୍ଡାମାନେ ମାଆଙ୍କ ଆଳତୀ କରିଛନ୍ତି । ଘଣ୍ଟଘଣ୍ଟା, ଶଙ୍ଖ, ବାଜା ଓ ମନ୍ତ୍ରୋପଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ଦର୍ଶନ କରନ୍ତୁ ମାଆଙ୍କ ଦିବ୍ୟ ଆଳତୀ