କରୁଣାମୟୀ ଘଟଗାଁ ରାଣୀ, ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ - କରୁଣାମୟୀ ଘଟଗାଁ ରାଣୀ
🎬 Watch Now: Feature Video
କେନ୍ଦୁଝର: ସିନ୍ଦୁର ମୁହିଁ ସେ ମାଆ ତାରିଣୀ । ଭକ୍ତର ମାଆ ତାରିଣୀ ମାଆ । ମାଆ ତାରିଣୀଙ୍କ ଦର୍ଶନ ପାଇଁ କାହିଁ କେତେ ବାଟରୁ ଭକ୍ତଟି ଧାଇଁ ଆସିଥାଏ ଘଟଗାଁ ପୀଠକୁ । ମାଆଙ୍କ ଅପାର କରୁଣା । ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ସକାଳେ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ ହୋଇଥାଏ । ଆଜି ମଧ୍ୟ ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ଘଟଗାଁରେ ଥିବା ତାରିଣୀପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ଏହା କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ । ମାଆ ତାରିଣୀ ଏଠାକାର ଅଧିଷ୍ଠାତ୍ରୀ ଦେବୀ । ପୁରୀର ତତ୍କାଳୀନ ଗଜପତିଙ୍କ ଆଦେଶରେ ମାଆ ତାରିଣୀଙ୍କ ନୂଆ ମନ୍ଦିର ଘଟଗାଁରେ ଶକ୍ତିପୀଠ ଭାବେ ନିର୍ମାଣ ହୋଇଥିଲା।
ଇଟିଭି ଭାରତ, କେନ୍ଦୁଝର