ମଙ୍ଗଳମୟ ହେବ ଦିନ, ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ - ମାଆ ତାରିଣୀଙ୍କ ଆଳତୀ
🎬 Watch Now: Feature Video
କେନ୍ଦୁଝର: ମାଆ ତାରିଣୀ ଘଟଗାଁ ବାସିନୀ । ଦୁଃଖ ହାରିଣୀ । କରୁଣାମୟୀ ସେ ମାଆ ତାରିଣୀ । ମାଆ ତାରିଣୀଙ୍କ ମହିମା ଅପାର । ମାଆଙ୍କୁ ଡାକିଲେ ସବୁ ଦୁଃଖ ଦୂର ହୋଇଯାଏ । ମାଆ ତାରିଣୀଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଛୁଟି ଆସିଥାଏ ଭକ୍ତ । ମାଆଙ୍କ ଆଳତୀ ଦର୍ଶନ କଲେ ସବୁ ପାପ କ୍ଷୟ ହୋଇଥାଏ । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ । କେନ୍ଦୁଝର ଜିଲ୍ଲା ପ୍ରସିଦ୍ଧ ଘଟଗାଁ ପୀଠରେ ପ୍ରତିଦିନ ପ୍ରଭାତରୁ ଅଧିଷ୍ଠାତ୍ରୀ ମାଆ ତାରିଣୀଙ୍କର ଦିବ୍ୟ ଆଳତୀ କରାଯାଏ । ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରନ୍ତି । ନାଲି ସିନ୍ଦୁର ଓ ମନ୍ଦାରରେ ଝଟକୁଛନ୍ତି ମାଆ । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି, ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଉଠୁଛି ପୁରା ପରିବେଶ । ସକାଳୁ ସକାଳୁ ମାଆଙ୍କ ଦିବ୍ୟ ଆଳତୀ ଦର୍ଶନ କରି କୃପା ଲାଭ କରନ୍ତୁ ।
ଇଟିଭି ଭାରତ, କେନ୍ଦୁଝର