ସଫଳ ହେଲା ଇସ୍ରୋର ମୁନ ମିଶନ, ଫୋନ ଯୋଗେ ଇସ୍ରୋ ମୁଖ୍ୟଙ୍କୁ ବଧାଇ ଦେଲେ ମୋଦି
🎬 Watch Now: Feature Video
ହାଇଦ୍ରାବାଦ: ଆଜି ଭାରତ ଇତିହାସରେ ଯୋଡି ହେଲା ଆଉ ଏକ ଅଧ୍ୟାୟ। ଯେଉଁଠାରେ ସାରା ବିଶ୍ବ ପହଞ୍ଚିପାରିନଥିଲେ ସେଠାରେ ସଫଳତାର ସହ ପହଞ୍ଚିଲା ଭାରତ। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କଲା ଚନ୍ଦ୍ରଯାନ-3। ତେବେ ମୋଦି ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ ସାମିଲ ହୋଇଥିଲେ। ସଫଳ ଲ୍ୟାଣ୍ଡିଂ ପରେ ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କ ସହ ଟେଲିଫୋନ ଯୋଗେ କଥା ହୋଇ ବଧାଇ ଜଣାଇଛନ୍ତି।
ମୋଦି କହିଛନ୍ତି, "ଆପଣଙ୍କ ନାମ ଚନ୍ଦ୍ରଯାନ ସହ ଯୋଡି ହେଲା। ଆପଣଙ୍କର ପରିବାର ଲୋକ ମଧ୍ୟ ଅତ୍ୟଧିକ ଖୁସି ହୋଇଥିବେ। ମୋ ତରଫରୁ ଆପଣାଙ୍କୁ ଏବଂ ଆପଣଙ୍କ ପୁରା ଟିମକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ସମସ୍ତେଙ୍କୁ ମୋ ତରଫରୁ ଶୁଭେଚ୍ଛା ଜଣାଇ ଦେବେ। ମୁଁ ଯେତେଶୀଘ୍ର ହେବ ସମସ୍ତଙ୍କ ପାଖକୁ ଯାଇ ଶୁଭେଚ୍ଛା ଜଣାଇବି ।"
ଏହା ମଧ୍ୟ ପଢନ୍ତୁ: Chandrayaan-3: ବିଶ୍ୱ ଦେଖିଲା ଇସ୍ରୋର ଦମ, ଜହ୍ନ ରାଇଜରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ