Adhara Pana: ତିିନି ରଥରେ ଭାଙ୍ଗିଲା ଅଧର ପଣା ହାଣ୍ଡି

🎬 Watch Now: Feature Video

thumbnail

ପୁରୀ: ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ଅଧର ପଣା ନୀତି । ରଥାରୁଢ଼ ଦିଅଁଙ୍କ ସ୍ବତନ୍ତ୍ର ନୀତିକାନ୍ତି ପରେ ତିନି ରଥରେ ଅଧର ପଣା ହାଣ୍ଡି ଭଙ୍ଗା ଯାଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଅଧର ପଣା ତୁମ୍ବକୁ ଭଙ୍ଗା ଯାଇଛି । ଏହାପରେ ପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ବଜ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷରେ ଅଧର ପଣା ତୁମ୍ବକୁ ଭଙ୍ଗା ଯାଇଛି । 

ଅଧର ପଣା ଦେଖିବା ପାଇଁ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ପ୍ରତି ରଥରେ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହୋଇଥିଲା । ସେବାୟତ ମାନଙ୍କ ଦ୍ବାରା ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣି କଢ଼ାଯାଇ ସେଥିରେ ପ୍ରସ୍ତୁତ ହୋଇଥିଲା ପଣା । ମାଟି ତୁମ୍ବରେ ଅଶରୀରୀ ଓ ପାର୍ଶ୍ବ ଦେବାଦେବୀମାନଙ୍କୁ ପଣା ଅର୍ପଣ କରାଗଲା । ପଣା ପ୍ରସ୍ତୁତିରେ ଛେନା, କଦଳୀ, ସର, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ । ଭୋଗ ହେବା ପରେ ପଣାଥିବା ହାଣ୍ଡିଗୁଡ଼ିକୁ ରଥ ଉପର ଭାଙ୍ଗି ଦିଆଯାଇଛି ।   

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.